ଜିଲାପାଳଙ୍କ ସହ ଆଲୋଚନା କଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

Oct 31, 2026 - 23:35
ଜିଲାପାଳଙ୍କ ସହ ଆଲୋଚନା କଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ଛତ୍ରପୁର, ୩୧ା୧୦(ଦିଲୀପ ସାମଲ): ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଶନିବାର ଗଞ୍ଜାମ ଜିଲାର ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛି। ଟିମ୍‌ ଚିକିଟି, ପାତ୍ରପୁର, ହିଞ୍ଜିଳି, ଶେରଗଡ଼, ଆସିକା, କବି ସୂର୍ଯ୍ୟନଗର ଓ ପୁରୁଷୋତ୍ତମପୁର ସମେତ ବିଭିନ୍ନ ଅଞ୍ଚଳ ବୁଲି ବନ୍ୟା ସ୍ଥିତି ଅନୁଧ୍ୟାନ କରିଥିଲା।

ଟିମ୍‌ ବନ୍ୟାପୀଡ଼ିତ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା, ଦୁର୍ଦ୍ଦଶା ଓ ବନ୍ୟାଜନିତ କ୍ଷୟକ୍ଷତି ସମ୍ପର୍କରେ ଅବଗତ ହୋଇଥିଲା। ବିପନ୍ନଙ୍କ ନିକଟରେ ରିଲିଫ ଓ ଆବଶ୍ୟକ ସହାୟତା ପହଞ୍ଚିଛି କି ନାହିଁ, ସେନେଇ ମଧ୍ୟ ଟିମ ତଥ୍ୟ ସଂଗ୍ରହ କରିଥିଲା। ପରେଏହି ଟିମ ସନ୍ଧ୍ୟାରେ ଛତ୍ରପୁର ଠାରେ ଗଞ୍ଜାମ ଜଲାପାଳ ଭି. କୀର୍ତ୍ତି ଭାସନଙ୍କୁ ଭେଟି ବନ୍ୟା ପରିସ୍ଥିତି, ଉଦ୍ଧାର ଓ ରିଲିଫ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲା।

ବନ୍ୟାପୀଡ଼ିତଙ୍କ ନିକଟରେ ଆବଶ୍ୟକ ସହାୟତା ତୁରନ୍ତ ପହଞ୍ଚାଇବା ସହ ରିଲିଫ ବଣ୍ଟନକୁ ଅଧିକ ତ୍ୱରାନ୍ବିତ କରିବା ନେଇ ଟିମ ପକ୍ଷରୁ ଆଲୋଚନା କରାଯାଇଥିଲା। ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଶ୍ରୀକାନ୍ତ ସାହୁ ଓ ଟୁକୁନି ସାହୁ, ପୂର୍ବତନ ଏମ୍‌ପି ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଭୃଗୁ ବକ୍ସିପାତ୍ର, ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ବିଜେଡି ରାଜ୍ୟ ମୁଖପାତ୍ର ତୁମ୍ବନାଥ ପଣ୍ଡା, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ଯୁବ ବିଜେଡି ରାଜ୍ୟ ସଭାପତି ଚିନ୍ମୟ ସାହୁ, ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ବାଇଁ, ଲତିକା ପ୍ରଧାନ ଓ ସୂର୍ଯ୍ୟମଣି ବୈଦ୍ୟ, ଆସିକା ବିଜେଡି ନେତ୍ରୀ ରଞ୍ଜିତା ସାହୁ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ଡେପୁଟି ମେୟର ବିବେକ ରେଡ୍ଡୀ, କର୍ପୋରେଟର ସୋନାଲି ଗନ୍ତାୟତ, ଶ୍ରୀରୁପ ଦେବ, ଦିଗପହଣ୍ଡି ବିପ୍ଳବ ପାତ୍ର, ଯୁବ ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ପଣ୍ଡା, ଯୁବ ବିଜେଡି ରାଜ୍ୟ ସମ୍ପାଦକ ବିମଳ ପଣ୍ଡା, ଛତ୍ରପୁର ବ୍ଲକ ବିଜେଡି ସଭାପତି ଏସ. ଚକ୍ରପାଣି ରେଡ୍ଡୀ, ପୂର୍ବତନ କାଉନସିଲର ରାଜେଶ ସାହୁ ଓ କିଶୋର ଚନ୍ଦ୍ର ସେନାପତି, ଖଲିକୋଟ ଏନଏସି ଚେୟାରମ୍ୟାନ ନିରଞ୍ଜନ ବେହେରା, ରଞ୍ଜନ ପଲାଇ, ଯୋଗେନ୍ଦ୍ର ସ୍ବାଇଁ, ନଚିକେତ ସୱାଇଁ, ଛତ୍ରପୁର ଓକିଲ ସଂଘ ସଭାପତି ଏଲ. ଗୋପାଳ ରାଓ, ଆଇନଜୀବୀ ଭୈରବୀ ପଟ୍ଟନାୟକ, କାହ୍ନୁ ଚରଣ ବେହେରା, ରାଜେଶ ମହାରଣା ଓ ଟିକିନା ଗୌଡ଼ଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଶୁକ୍ରବାର ବିଜେଡି ରାଜ୍ୟ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟେଲିଫୋନ ଯୋଗେ ଗଞ୍ଜାମ ଜିଲାପାଳଙ୍କ ସହ ଆଲୋଚନା କରି ହିଞ୍ଜିଳି, ଶେରଗଡ଼ ସମେତ ଜିଲାର ବିଭିନ୍ନ ଅଞ୍ଚଳର ବନ୍ୟା ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।