ଜୁଆଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ: ଉଭୟ ପକ୍ଷର ୭ ଗିରଫ

Oct 27, 2026 - 14:00
ଜୁଆଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ: ଉଭୟ ପକ୍ଷର ୭ ଗିରଫ

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମରେ କୁମାର ପୂର୍ଣ୍ଣିମା ରବିବାର ସାରେ ଚାଲିଥିବା ଜୁଆଖେଳକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏଥିରେ ଉଭୟ ପକ୍ଷର ଏକାଧିକ ବ୍ୟକ୍ତି ଆହାତ ହୋଇଥିଲେ। ଏନେଇ ଉଭୟ ପକ୍ଷ ପାଟପୁର ଥାନାରେ ଏତଲା ଦେଇଥିଲେ।

ଅଭିଯୋଗକୁ ଭିତ୍ତି କରି ଆଇଆଇସି ଦୀପ୍ତି ରଞ୍ଜନ ବେହେରା ପୃଥକ ୨ଟି ମାମଲା(ନଂ.୩୪୮/୨୬ଏବଂ ୩୪୯/୨୬) ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଏସ୍‌.କେ. ଇମାଦାର ତରଫଦାର ମାମଲାର ତଦନ୍ତ କରି ମିହିର ସାହୁ, ନରେନ୍ଦ୍ର ସାହୁ, ଭଗବାନ ସାହୁ, ଆକାଶ ସାହୁ ଏବଂ ଅପର ଗୋଷ୍ଠୀର ଘନଶ୍ୟାମ ସାହୁ, ନବୀନ ଚନ୍ଦ୍ର ସାହୁ ଏବଂ ପିଣ୍ଟୁ ସେଠୀଙ୍କୁ ଗିରଫ କରିଥିଲେ। ପରେ ଗିରଫ ଅଭିଯୁକ୍ତମାନଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ)ର ଧାରା- ୩୫(୩) ଅନୁଯାୟୀ ନୋଟିସ ଦେଇ କୋର୍ଟରେ ହାଜର ହେବାକୁ ସର୍ତ୍ତମୂଳକ ଜାମିନରେ ଛାଡିଥିବା ଜଣାପଡିଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।