ବାତ୍ୟା ଅର୍ଣ୍ଣବ: ଭୂସ୍ଖଳନ ଆଶଙ୍କାରେ କୋରାପୁଟ–ବୋରିଗୁମ୍ମା ରାସ୍ତା ବନ୍ଦ

Oct 27, 2026 - 14:43
ବାତ୍ୟା ଅର୍ଣ୍ଣବ: ଭୂସ୍ଖଳନ ଆଶଙ୍କାରେ କୋରାପୁଟ–ବୋରିଗୁମ୍ମା ରାସ୍ତା ବନ୍ଦ

କୋରାପୁଟ,୨୭।୧୦(ଅମିତାଭ ବେହେରା): ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି କୋରାପୁଟ–ରାଣୀଗଡ଼ା–ବୋରିଗୁମ୍ମା ରାସ୍ତାରେ ଯାତାୟାତ ବନ୍ଦ କରାଯାଇଛି । ଗତ ସେପ୍ଟେମ୍ବରରେ ପ୍ରବଳ ବର୍ଷା ଯୋଗୁଁ ଏହି ଘାଟି ରାସ୍ତାରେ ଭୂସ୍ଖଳନ ହୋଇଥିଲା। ଏବେ ପୁଣି ବାତ୍ୟା ଆଶଙ୍କା ଥିବାରୁ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ଏହି ରାସ୍ତାକୁ ବନ୍ଦ ରଖାଯାଇଛି ।

ଘାଟି ରାସ୍ତାର ଉଭୟ ପାର୍ଶ୍ୱରେ ବାଉଁଶ ବ୍ୟାରିକେଡ୍‌ ନିର୍ମାଣ କରାଯାଇ ଯାନବାହନ ଚଳାଚଳକୁ ରୋକାଯାଇଛି । ଭୂସ୍ଖଳନ ଯୋଗୁଁ ଯାତ୍ରୀ ଓ ଚାଳକଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏହି ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ବାତ୍ୟା ନେଇ ତଳିଆ ଅଂଚଳରେ ଲୋକଙ୍କୁ ଡକାଵାଜି ଯନ୍ତ୍ର ସାହାଯ୍ୟରେ ସଚେତନତା କରାଯାଉଥିବା ଜିଲା ଜରୁରୀ ଅଧିକାରୀ ସୌରଞ୍ଜିତା ମାଝୀ କହିଛନ୍ତି ।
ଏଥିସହ ଯାତ୍ରୀଙ୍କ ଯାତାୟାତରେ ଅସୁବିଧା ଏଡ଼ାଇବା ପାଇଁ ବିକଳ୍ପ ରାସ୍ତାର ମାନଚିତ୍ର ମଧ୍ୟ ପ୍ରଚାର କରାଯାଇଛି । ବାତ୍ୟା ସମୟରେ ଉକ୍ତ ଘାଟି ରାସ୍ତା ଦେଇ ଯାତାୟାତ ନ କରି ବିକଳ୍ପ ମାର୍ଗ ବ୍ୟବହାର କରିବାକୁ ଯାତ୍ରୀ ଓ ଗାଡ଼ି ଚାଳକଙ୍କୁ ପରାମର୍ଶ ଦିଆଯାଇଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।