ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

Oct 11, 2026 - 22:09
ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ ରାତିରେ ଛତ୍ରପୁର ପୋଲିସ ଏକ ଜୁଆ ଆଡ୍ଡାରେ ଅଚାନକ ଚଢାଉ କରି ୪୦ ହଜାର ୧୦୦ ଟଙ୍କା ଜବତ କରିଛି । ଏହାସହ ଏକ ମାମଲା ରୁଜୁ କରି ୮ଜଣ ଜୁଆଡିକୁ ଗିରଫ କରିଛି । ସେମାନଙ୍କ ନିକଟରୁ ୬ଟି ମୋବାଇଲ ଫୋନ ଜବତ ସହ ୬ ବାଇକ ମଧ୍ୟ ଜବତ କରାଯାଇଥିବା ଥାନା ଅଧିକାରୀ ସବ୍ୟସାଚ୍ଚି ମଲ୍ଲ ସୂଚନା ଦେଇଛନ୍ତି ।

ସୂଚନା ଥାଉକି ଶନିବାର ବିଳମ୍ବିତ ରାତ୍ରରେ ଛତ୍ରପୁର ଥାନା ଅଧିନ କୃଷକ ବଜାର ୩ୟ ଗଳିରେ ଥିବା ଭଡା ଘରେ ଜୁଆ ଚାଲୁଥିବା ଖବର ପାଇ ଚଢାଉ କରିଥିଲା ପୋଲିସ । ଅନ୍ୟ ପକ୍ଷରୁ ଗଞ୍ଜାମ ଏସପି ହରିଶ ବିଶି ପୂର୍ବାଣି ଋତୁକୁ ଦୃଷ୍ଟିରେ ରଖି ଜୁଆ ଆଡ୍ଡା ଓ ବେଆଇନ ବାଣ କରବାର ଚଢାଉ କରିବାକୁ ଥାନା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।