ଜେଲ୍‌ରେ ଜୀବନ ହାରିଲେ କଏଦୀ

Nov 06, 2026 - 18:10
ଜେଲ୍‌ରେ ଜୀବନ ହାରିଲେ କଏଦୀ

ରଗଡ଼ି,୬।୧୧: ଯାଜପୁର ଜିଲା ରଗଡ଼ି ଉପକାରାଗାରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଉପକାରାଗାରରେ ଜଣେ ବିଚାରାଧୀନ କଏଦୀ ଜେଲ୍‌ ପରିସର ମେଡିକାଲ ଗ୍ରିଲ୍‌ରେ ପ୍ୟାଣ୍ଟରେ ଡୋର ବାନ୍ଧି ଜୀବନ ହାରିଛନ୍ତି।

କଏଦୀ ଜଣକ ଏକ ପୋକ୍ସୋ ମାମଲାରେ ବିଚାରଧୀନ କଏଦୀ ଭାବେ ଜେଲ୍‌ରେ ଥିଲେ। ମୃତକ କଳିଙ୍ଗନଗର ଥାନା ନୀମପଲ୍ଲୀ ଗ୍ରାମର ବୋଲି ଜଣାପଡିଛି। ଖବର ପାଇ ପରିବାର ଲୋକେ ପହଞ୍ଚି ଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଜେଲ୍‌ ପରିସରରେ କଏଦୀ ଜଣକ ଜୀବନ ହାରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।