ଜିଓ ଗ୍ରାହକଙ୍କ ପାଇଁ ବଡ଼ ଅଫର୍: ୩ ବର୍ଷ ଯାଏ କରିବାକୁ ପଡିବନି ରିଚାର୍ଜ!
ନୂଆଦିଲ୍ଲୀ,୬।୧୧: ଧନତେରସ ଅବସରରେ ରିଲାଏନ୍ସ ଜିଓ (Reliance Jio) ଏହାର ଗ୍ରାହକମାନଙ୍କ ପାଇଁ ଏକ ଦମଦାର୍ ଏବଂ ଧମାକାଦାର୍ ରିଚାର୍ଜ ପ୍ଲାନ ଘୋଷଣା କରିଛି। ଜିଓର ଏହି ନୂତନ ପ୍ରିପେଡ ପ୍ଲାନରେ ଗ୍ରାହକମାନଙ୍କୁ ସିଧାସଳଖ ୩ ବର୍ଷ (୩୬ ମାସ)ର ଲମ୍ୱା ବୈଧତା (Validity) ମିଳିଥାଏ। ଏହି ପ୍ଲାନ ଜରିଆରେ ବାରମ୍ୱାର ରିଚାର୍ଜ କରିବାର ଝଞ୍ଜଟରୁ ସମ୍ପୂର୍ଣ୍ଣ ମୁକ୍ତି ମିଳିବା ସହିତ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ମହଙ୍ଗା ବା ମୂଲ୍ୟ ବୃଦ୍ଧି (Price Hike) ର କୌଣସି ପ୍ରଭାବ ମଧ୍ୟ ପଡ଼ିବ ନାହିଁ।
ମୂଲ୍ୟ (Price):୧୦,୦୦୦ (ସମସ୍ତ ଟିକସ ସହିତ)
ବୈଧତା (Validity): ୩ ବର୍ଷ
ଡାଟା (Data): ପ୍ରତିଦିନ ୨.୫ GB ହାଇ-ସ୍ପିଡ ଡାଟା ଏବଂ ଅନଲିମିଟେଡ 5G ଡାଟା
ଭଏସ କଲିଂ (Voice Calling): ସମଗ୍ର ଭାରତରେ ଅନଲିମିଟେଡ ଭଏସ କଲ ଏବଂ ଫ୍ରି ନାଲ ରୋମିଂ
ଏସଏମଏସ (SMS): ପ୍ରତିଦିନ ୧୦୦ଟି ଫ୍ରି SMS
ଏହି ପ୍ଲାନରେ କେବଳ କଲ ଓ ଡାଟା ନୁହେଁ, ବରଂ ଅନେକ ପ୍ରିମିୟମ ବେନିଫିଟ ମଧ୍ୟ ଯୋଗାଇ ଦିଆଯାଉଛି:
JioHotstar: ମୋବାଇଲ + ହଲିଉଡ ସବ୍ସକ୍ରିପ୍ସନ
Canva Pro Lite: ୧୨ ମାସ (୧ ବର୍ଷ) ପାଇଁ ମାଗଣା ସବ୍ସକ୍ରିପ୍ସନ
JioAICloud: ୫୦ GB କ୍ଲାଉଡ ଷ୍ଟୋରେଜ୍ର ସୁବିଧା
ଜିଓର ଏହି ନୂତନ ୩ ବର୍ଷିଆ ରିଚାର୍ଜ ପ୍ଲାନ MyJio ଆପ ଏବଂ Jio.com ଅଫିସିଆଲ ୱେବସାଇଟ୍ରେ ଉପଲବ୍ଧ ହେବ।
ଏହା ବ୍ୟତୀତ, କମ୍ପାନୀ ପକ୍ଷରୁ ୧୫ ଟଙ୍କାର ଏକ ଛୋଟ ଡାଟା ପ୍ୟାକ ମଧ୍ୟ ଅଣାଯାଇଛି, ଯାହାକି ୨୪ ଘଣ୍ଟାର ବୈଧତା ଏବଂ 1GB ଡାଟା ସହିତ ଆସିଥାଏ। ଯଦି ଆପଣଙ୍କର ଦୈନନ୍ଦିନ ଡାଟା ସରିଯାଏ, ତେବେ ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ବ୍ୟବହାର କରାଯାଇପାରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।