ଡିସେମ୍ବର ୧ରୁ ବଦଳିବ SBI କ୍ରେଡିଟ କାର୍ଡ ନିୟମ, ଏହି ସବୁ ପେମେଣ୍ଟରେ ଲାଗିବ ଅତିରିକ୍ତ ଶୁଳ୍କ
ନୂଆଦିଲ୍ଲୀ, ୨୯।୧୦: ଯଦି ଆପଣ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ର କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। ୧ ଡିସେମ୍ବର ୨୦୨୬ରୁ କିଛି ନିର୍ଦ୍ଦିଷ୍ଟ ଇନ୍ଧନ ଓ ପରିବହନ ସମ୍ବନ୍ଧୀୟ କାରବାର ଉପରେ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ। ଏସବିଆଇ କାର୍ଡ ପକ୍ଷରୁ ୨୭ ଅକ୍ଟୋବର ୨୦୨୬ରେ ଜାରି ଏକ ବିଜ୍ଞପ୍ତିରେ ଏହି ପରିବର୍ତ୍ତନ ବିଷୟରେ ସୂଚନା ଦିଆଯାଇଛି।
ନୂଆ ନିୟମର ପ୍ରଭାବ ବିଶେଷ କରି ସେହି ଗ୍ରାହକଙ୍କ ଉପରେ ପଡ଼ିବ, ଯେଉଁମାନେ କ୍ରେଡିଟ କାର୍ଡ ମାଧ୍ୟମରେ ଅଧିକ ଟଙ୍କାର ପରିବହନ ବିଲ ପୈଠ କରନ୍ତି କିମ୍ବା ଗୋଟିଏ ବିଲିଂ ସାଇକେଲରେ ପେଟ୍ରୋଲ ଓ ଡିଜେଲ ପାଇଁ ଅଧିକ ଖର୍ଚ୍ଚ କରନ୍ତି।
ଏସ୍ବିଆଇ କାର୍ଡର ନୂଆ ନିୟମ ଅନୁଯାୟୀ, ଡିସେମ୍ବର ୧ରୁ ୩୦,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ପ୍ରତ୍ୟେକ ଯୋଗ୍ୟ ପରିବହନ କାରବାର ଉପରେ ୧ ପ୍ରତିଶତ ଶୁଳ୍କ ଲାଗିବ। ଏଥିରେ MCC ୪୧୧୧, ୪୭୮୪ ଓ ୪୧୩୧ ଅଧୀନରେ ଚିହ୍ନଟ ହେଉଥିବା କାରବାରଗୁଡ଼ିକ ସାମିଲ ରହିଛି।
ଉଦାହରଣ ସ୍ବରୂପ, ଯଦି କୌଣସି ଗ୍ରାହକ ନିଜ ଏସ୍ବିଆଇ କ୍ରେଡିଟ କାର୍ଡ ମାଧ୍ୟମରେ ୩୫,୦୦୦ ଟଙ୍କାର ଏକ ଯୋଗ୍ୟ ପରିବହନ ପେମେଣ୍ଟ କରନ୍ତି, ତେବେ ତାଙ୍କୁ ଅତିରିକ୍ତ ୩୫୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ। ଅର୍ଥାତ୍ ମୂଳ ପେମେଣ୍ଟ ରାଶି ସହ ଏହି ଅତିରିକ୍ତ ଶୁଳ୍କ ମଧ୍ୟ ଆପଣଙ୍କ କ୍ରେଡିଟ କାର୍ଡ ବିଲରେ ଯୋଡ଼ି ହୋଇପାରେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।