ଶୁକ୍ରଙ୍କ ବକ୍ରୀ ଚଳନ: ୪ ରାଶିରେ ଭାରି ଖରାପ ପ୍ରଭାବ, ପାଖରୁ ପଳେଇବେ ସବୁ ଟଙ୍କା!

Oct 29, 2026 - 16:26
ଶୁକ୍ରଙ୍କ ବକ୍ରୀ ଚଳନ: ୪ ରାଶିରେ ଭାରି ଖରାପ ପ୍ରଭାବ, ପାଖରୁ ପଳେଇବେ ସବୁ ଟଙ୍କା!

ଶୁକ୍ରଦେବ ନିଜର ଅସ୍ତ ଅବସ୍ଥାରୁ ବାହାରକୁ ଆସିବାକୁ ଯାଉଛନ୍ତି। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ବିବାହ, ସମ୍ପର୍କ, ସୁଖ ଏବଂ ଧନର କାରକ ବୋଲି ବିବେଚନା କରାଯାଏ। ଏହି ପରିବର୍ତ୍ତନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଏହାର ପ୍ରଭାବ ସମସ୍ତଙ୍କ ପାଇଁ ସମାନ ଭାବେ ଶୁଭଦାୟକ ନ ହୋଇପାରେ। ମେଷ, ବିଛା, ମୀନ ଏବଂ କନ୍ୟା ରାଶିର ଲୋକଙ୍କୁ ନିଜ ସମ୍ପର୍କ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ହୋଇପାରେ। ନିଜର ବ୍ୟକ୍ତିଗତ ନିଷ୍ପତ୍ତି ନେବା ସମୟରେ ପୂରା ସମୟ ନିଅନ୍ତୁ। ଶୁକ୍ରଦେବ ବକ୍ରୀ ରହିବେ। ର୍ଧଯ୍ୟ ରଖିବା ଏବଂ ପ୍ରତ୍ୟେକ କଥାକୁ ସାବଧାନତାର ସହିତ ସମୀକ୍ଷା କରିବା ଅତ୍ୟନ୍ତ ଜରୁରୀ।

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ବିବାହ, ଆକର୍ଷଣ, କଳା, ଭୌତିକ ସୁଖ ଏବଂ ଆର୍ଥିକ ଆନନ୍ଦର ପ୍ରତୀକ ମନେ କରାଯାଏ। ଯେତେବେଳେ ଶୁକ୍ରଦେବ ଅସ୍ତ ଅବସ୍ଥାରୁ ବାହାରକୁ ଆସନ୍ତି, ତାଙ୍କର ପ୍ରଭାବ ଅଧିକ ସ୍ପଷ୍ଟ ହେବାକୁ ଲାଗେ। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ପ୍ରତ୍ୟେକ ରାଶି ପାଇଁ ସବୁକିଛି ଭଲ ହିଁ ହେବ। ଆସନ୍ତୁ ଜାଣିବା ଏହି ସମୟରେ କେଉଁ ୪ଟି ରାଶିର ଲୋକଙ୍କୁ ସାବଧାନ ରହିବାର ଆବଶ୍ୟକତା ରହିଛି।

ମେଷ ରାଶି

ଆପଣଙ୍କୁ ପ୍ରେମ ସମ୍ପର୍କ ଏବଂ ଭାଗୀଦାରୀ (Partnership) ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିପାରେ। ପୁରୁଣା ମତଭେଦ ପୁଣି ଥରେ ମୁଣ୍ଡ ଟେକିପାରେ। ଯଦି ଆପଣ ର୍ଧଯ୍ୟହରା ହୋଇ କାମ କରିବେ, ତେବେ ଛୋଟ କଥାଟିଏ ମଧ୍ୟ ବଡ଼ ବିବାଦର ରୂପ ନେଇପାରେ। ନିଜ ସାଥୀଙ୍କ ଉଦ୍ଦେଶ୍ୟକୁ ନେଇ ଆଗୁଆ କୌଣସି ଧାରଣା ସୃଷ୍ଟି କରନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀ କିମ୍ୱା ବ୍ୟବସାୟିକ ସହଯୋଗୀଙ୍କ ସହ ମତଭେଦ ଦେଖାଦେଇପାରେ, ଯାହାକୁ ବୁଝାମଣାର ସହ ସମ୍ଭାଳିବାକୁ ପଡ଼ିବ। ଆର୍ଥିକ କ୍ଷେତ୍ରରେ, କୌଣସି ନୂଆ ଭାଗୀଦାରୀ ଆରମ୍ଭ କରିବା କିମ୍ୱା ମିଳିତ ଭାବେ ନିବେଶ କରିବା ପୂର୍ୱରୁ ଭଲ ଭାବରେ ଚିନ୍ତା କରନ୍ତୁ। ଶାନ୍ତ ସୱଭାବ ବଜାୟ ରଖିବା ଦ୍ୱାରା ଅନାବଶ୍ୟକ ସମସ୍ୟାରୁ ରକ୍ଷା ମିଳିବ।

ବିଛା ରାଶି

ଦାମୀ ଜିନିଷ କିଣିବା କିମ୍ୱା ନିଜ ଜୀବନଶୈଳୀକୁ ଉନ୍ନତ କରିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ମନ ବଳିପାରେ। ତଥାପି, ଏହି ସମୟ ପ୍ରକୃତ ଆବଶ୍ୟକତା ଏବଂ ଇଚ୍ଛା ମଧ୍ୟରେ ଫରକ ବୁଝିବାର ସମୟ। ସମ୍ପର୍କରେ ସନ୍ଦେହ କିମ୍ୱା ପୁରୁଣା ଅସନ୍ତୋଷକୁ ନିଜ ବ୍ୟବହାର ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ। ଯଦି କୌଣସି ପୁରୁଣା ସମସ୍ୟା ପୁଣି ସାମ୍ନାକୁ ଆସେ, ତେବେ ଖୋଲାଖୋଲି ଆଲୋଚନା କରି ତାହାର ସମାଧାନ କରନ୍ତୁ। ଆର୍ଥିକ କାରବାରକୁ ସୱଚ୍ଛ ରଖନ୍ତୁ। ପରିଣାମ ବିଷୟରେ ନଭାବି କାହାକୁ ବି ଟଙ୍କା ଉଧାର ଦେବାରୁ ଦୂରେଇ ରୁହନ୍ତୁ।

ମୀନ ରାଶି

ଭାବପ୍ରବଣତା ସହ ଜଡ଼ିତ ମାମଲାଗୁଡ଼ିକୁ ଆପଣଙ୍କୁ ଅତ୍ୟନ୍ତ ବୁଝାମଣାର ସହିତ ସମ୍ଭାଳିବାକୁ ପଡ଼ିବ। ଆଶା ଏବଂ ଆକାଂକ୍ଷାରେ ତାରତମ୍ୟ ଥିବାରୁ ସାଥୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇପାରେ। ଅନ୍ୟମାନେ ନକହି ଆପଣଙ୍କ ମନକଥା ବୁଝିଯିବେ ବୋଲି ଆଶା ରଖିବା ଅପେକ୍ଷା, ଖୋଲା ମନରେ ନିଜ ଭାବନା ପ୍ରକାଶ କରନ୍ତୁ। ବ୍ୟବସାୟିକ ସହଯୋଗିତାରେ ମଧ୍ୟ ଦାୟିତ୍ୱ ଏବଂ ଆର୍ଥିକ ସର୍ତ୍ତାବଳୀକୁ ପୁନର୍ୱାର ଯାଞ୍ଚ କରିବାର ଆବଶ୍ୟକତା ପଡ଼ିପାରେ। କାହାକୁ ଖୁସି କରିବା ପାଇଁ ଅଯଥା ପ୍ରତିଶ୍ରୁତି ଦେବାରୁ ନିବୃତ୍ତ ରୁହନ୍ତୁ। ପରିସ୍ଥିତିକୁ ବୁଝିବା ପାଇଁ ସମୟ ନେଲେ ତାହା ସନ୍ତୁଳିତ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ।

କନ୍ୟା ରାଶି

ନିଜର ଖର୍ଚ୍ଚ ଏବଂ ସମ୍ପର୍କରେ ଥିବା ଆଶାକୁ ନେଇ ସତର୍କ ରୁହନ୍ତୁ। ଆପଣ କୌଣସି ପୁରୁଣା କିଣାକିଣି, ଆର୍ଥିକ ପ୍ରତିଶ୍ରୁତି କିମ୍ୱା ବ୍ୟକ୍ତିଗତ ନିଷ୍ପତ୍ତି ଉପରେ ପୁନର୍ୱିଚାର କରିପାରନ୍ତି। ଯଦି ଆପଣ କାହାର ସମାଲୋଚନା କରିବା ପରିବର୍ତ୍ତେ ବୁଝାମଣାପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରନ୍ତି, ତେବେ ଏହା ଲାଭଦାୟକ ସାବ୍ୟସ୍ତ ହେବ। ସୌନ୍ଦର୍ଯ୍ୟ, ମନୋରଞ୍ଜନ କିମ୍ୱା ଜୀବନଶୈଳୀକୁ ଆକର୍ଷଣୀୟ କରିବା ପାଇଁ ଆବଶ୍ୟକତାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ସମ୍ପର୍କରେ ଛୋଟ ଛୋଟ ତ୍ରୁଟି ଉପରେ ଏତେ ଧ୍ୟାନ ଦିଅନ୍ତୁ ନାହିଁ ଯେପରି ବଡ଼ ଓ ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକ ହାତଛଡ଼ା ହୋଇଯିବ। ଯଦି କୌଣସି ମତଭେଦ ସୃଷ୍ଟି ହୁଏ, ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ୱରୁ ଉଭୟ ପକ୍ଷଙ୍କୁ ନିଜ କଥା ରଖିବାକୁ ସୁଯୋଗ ଦିଅନ୍ତୁ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।