ଦୀପାବଳିରେ ସୃଷ୍ଟି ହେବ ବୁଧାଦିତ୍ୟ ରାଜଯୋଗ, ୪ ରାଶିକୁ ପ୍ରଚୁର ଧନଲାଭ

Nov 08, 2026 - 14:39
ଦୀପାବଳିରେ ସୃଷ୍ଟି ହେବ ବୁଧାଦିତ୍ୟ ରାଜଯୋଗ, ୪ ରାଶିକୁ ପ୍ରଚୁର ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ତୁଳା ରାଶିରେ ବୁଧ ଓ ସୂର୍ଯ୍ୟଙ୍କ ଯୁତି ଯୋଗୁଁ ବୁଧାଦିତ୍ୟ ରାଜଯୋଗ ସୃଷ୍ଟି ହେଉଛି । ଏହି ଯୋଗ ୪ଟି ରାଶି ପାଇଁ ଶୁଭଫଳ ଆଣିପାରେ । ଏହି ରାଶିର ବ୍ୟକ୍ତିମାନଙ୍କୁ ଭାଗ୍ୟର ସହଯୋଗ ମିଳିବା ସହ ଆର୍ଥିକ ଲାଭ ଓ କର୍ମକ୍ଷେତ୍ରରେ ଉନ୍ନତିର ଯୋଗ ରହିଛି ।

ମେଷ- ମେଷ ରାଶିର ବ୍ୟକ୍ତିଙ୍କ ପାଇଁ କ୍ୟାରିୟର ଦୃଷ୍ଟିରୁ ସମୟ ଭଲ ରହିବ । ଭାଗ୍ୟର ସହଯୋଗ ମିଳିବା ସହ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇପାରେ । ଚାକିରି କରୁଥିବା ବ୍ୟକ୍ତିଙ୍କୁ ଆଗକୁ ବଢ଼ିବାର ନୂଆ ସୁଯୋଗ ମିଳିପାରେ । ବ୍ୟବସାୟୀଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିବ।

କନ୍ୟା- କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ବୁଧାଦିତ୍ୟ ରାଜଯୋଗ ଶୁଭ ଫଳ ଆଣିପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବାର ଯୋଗ ରହିଛି । ଦୀର୍ଘ ଦିନ ଧରି ଅଟକି ରହିଥିବା ଟଙ୍କା ଫେରିପାଇବାର ସମ୍ଭାବନା ରହିଛି । ଏଥିସହ ଆୟର ନୂଆ ଉତ୍ସ ସୃଷ୍ଟି ହୋଇପାରେ।

ତୁଳା- ଏହି ରାଶିରେ ସୂର୍ଯ୍ୟ ଓ ବୁଧଙ୍କ ଯୁତି ହେଉଥିବାରୁ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବୁଧାଦିତ୍ୟ ରାଜଯୋଗ ଶୁଭ ରହିବ ବୋଲି ଜ୍ୟୋତିଷ ଗଣନା କହୁଛି । ଧନଲାଭର ଯୋଗ ରହିଛି । ଚାକିରି କ୍ଷେତ୍ରରେ ସଫଳତା ମିଳିପାରେ । ଆର୍ଥିକ ସ୍ଥିତି ମଧ୍ୟ ଭଲ ହେବାର ସମ୍ଭାବନା ରହିଛି ।

କୁମ୍ଭ-କୁମ୍ଭ ରାଶିର ବ୍ୟକ୍ତିଙ୍କ ଜୀବନରେ ଏହି ରାଜଯୋଗର ସକାରାତ୍ମକ ପ୍ରଭାବ ପଡ଼ିପାରେ । କ୍ୟାରିୟରରେ ଆଗକୁ ବଢ଼ିବାର ସୁଯୋଗ ମିଳିବ । ବ୍ୟବସାୟୀମାନେ ଲାଭବାନ ହୋଇପାରନ୍ତି । ନିଜ ପରିଶ୍ରମର ଉଚିତ ଫଳ ମିଳିବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।