ଦ୍ୱିତୀୟ ଝିଅର ପ୍ରଥମ ଝଲକ ଦେଖାଇଲେ ଦୀପ୍ବୀର: ନାଁ ରଖିଲେ…
ମୁମ୍ବାଇ: ବଲିଉଡ୍ର ଚର୍ଚ୍ଚିତ ଷ୍ଟାର୍ ଦମ୍ପତି ଦୀପିକା ପାଦୁକୋଣ ଓ ରଣବୀର ସିଂହ ଦଶହରା ଅବସରରେ ନିଜର ଦ୍ୱିତୀୟ ଝିଅର ପ୍ରଥମ ଫଟୋ ଶେୟାର କରିଛନ୍ତି। ଏହା ସହ ନିଜର ସାନ ଝିଅର ନାଁ ମଧ୍ୟ ଘୋଷଣା କରିଛନ୍ତି। ଝିଅର ନାଁ ରଖିଛନ୍ତି ‘ଦେବୀ ପାଦୁକୋଣ ସିଂହ’। ଏହି ସୁନ୍ଦର ପାରିବାରିକ ଫଟୋ ଏବେ ପ୍ରଶଂସକଙ୍କ ମନ ଜିଣୁଛି। ଏହି ଫଟୋରେ ଚାରିଜଣଙ୍କୁ ଏକାଠି ଦେଖିବାକୁ ମିଳିଛି। ଦୀପିକା ନିଜ କୋଳରେ ସାନ ଝିଅ ଦେବୀଙ୍କୁ ଧରିଥିବା ବେଳେ ବଡ଼ ଝିଅ ଦୁଆ ନିଜ ସାନ ଭଉଣୀକୁ ସ୍ନେହରେ ଚୁମ୍ବନ ଦେଉଥିବା ନଜର ଆସିଛନ୍ତି।
ଫଟୋରେ ଦୀପିକା ସୁନେଲି ରଙ୍ଗର ଏମ୍ବ୍ରୋଡରୀ ପୋଷାକ ସହ ସୁନ୍ଦର କାନଫୁଲ ପିନ୍ଧିଛନ୍ତି। ସେହିପରି ତାଙ୍କ ସାନ ଝିଅ ଦେବୀ ମଧ୍ୟ ସମାନ ରଙ୍ଗର ପୋଷାକରେ ନଜର ଆସିଛନ୍ତି। ରଣବୀର ନିଜ ପରିବାରକୁ ଚାହିଁ ହସୁଥିବା ବେଳେ ଏହି ଫଟୋଟି ପରିବାରର ସ୍ନେହ ଓ ଭଲପାଇବାକୁ ଦର୍ଶାଉଛି। ଫଟୋ ସହ ଦୀପିକା କ୍ୟାପସନ୍ରେ ଲେଖିଛନ୍ତି, ‘ପ୍ରେମ ଓ ଖୁସିରେ ଭରିଥିବା ଦେବୀ ପାଦୁକୋଣ ସିଂହ’।
ଦୀପିକା ଓ ରଣବୀରଙ୍କ ପ୍ରଥମ ଝିଅଙ୍କ ନାଁ ହେଉଛି ‘ଦୁଆ ପାଦୁକୋଣ ସିଂହ’। ୮ ସେପ୍ଟେମ୍ବର ୨୦୨୪ରେ ଦୁଆଙ୍କ ଜନ୍ମ ହୋଇଥିଲା। ଦୀପିକା ଓ ରଣବୀରଙ୍କ ପ୍ରେମ କାହାଣୀ ୨୦୧୩ରେ ‘ଗୋଲିୟୋଁ କି ରାସଲୀଲା ରାମ-ଲୀଲା’ ଫିଲ୍ମର ଶୁଟିଂ ସମୟରୁ ଆରମ୍ଭ ହୋଇଥିଲା। ଏକାଠି ଫିଲ୍ମରେ କାମ କରିବା ସମୟରେ ଦୁହିଁଙ୍କ ମଧ୍ୟରେ ନିକଟତା ବଢ଼ିଥିଲା। ଦୀର୍ଘ ବର୍ଷର ସମ୍ପର୍କ ପରେ ୧୪ ନଭେମ୍ବର ୨୦୧୮ରେ ଉଭୟ ବିବାହ କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।