ନଟରାଜ ନୃତ୍ୟାୟନ ଉଦ୍‌ଘାଟିତ: ଓଡ଼ିଶୀ-ସମ୍ବଲପୁରୀ ନୃତ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟ

Sep 24, 2026 - 09:40
ନଟରାଜ ନୃତ୍ୟାୟନ ଉଦ୍‌ଘାଟିତ: ଓଡ଼ିଶୀ-ସମ୍ବଲପୁରୀ ନୃତ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟ

ଭଞ୍ଜନଗର, ୨୪।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହର ବେଲଗୁଣ୍ଠା ରୋଡ୍‌ରେ ‘ନଟରାଜ ନୃତ୍ୟାୟନ’ ଉଦ୍‌ଘାଟିତ ହୋଇଯାଇଛି। ଜିଲାର ଜଣାଶୁଣା ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରିୟଙ୍କା ପ୍ରିୟଦର୍ଶନୀ ଏହି ନୃତ୍ୟାୟନ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ସେ ପୂର୍ବତନ ଗଞ୍ଜାମ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ସନ୍ତୋଷ ନାୟକ ଓ ପୂର୍ବତନ ଜିଲା ମହିଳା କଂଗ୍ରେସ କାର୍ଯ୍ୟକାରି ସଭାନେତ୍ରୀ ତଥା ପୂର୍ବତନ ବେଲଗୁଣ୍ଠା ବ୍ଲକ ପୂର୍ବତନ ଉପାଧ୍ୟକ୍ଷା ମମତା ନାୟକଙ୍କ କନ୍ୟା। ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟର ପ୍ରଚାର ଓ ପ୍ରସାର କରିବା ଏହି ନୃତ୍ୟାୟନ ପ୍ରତିଷ୍ଠାର ମୁଖ୍ୟ ଉଦ୍ଦେଶ୍ୟ।
ବିଶେଷକରି ଏଠାରେ ଓଡ଼ିଶୀ, ସମ୍ବଲପୁରୀ ସମେତ ଆସାମର ପାରମ୍ପରିକ ନୃତ୍ୟ ‘ବିହୁ’ର ତାଲିମ ପ୍ରଦାନ କରାଯିବ ବୋଲି ପ୍ରିୟଙ୍କା ପ୍ରିୟଦର୍ଶନୀ କହିଛନ୍ତି। ନୃତ୍ୟାୟନର ଶୁଭାରମ୍ଭ ଅବସରରେ ପୂଜାର୍ଚ୍ଚନା କରାଯାଇଥିଲା। ଖୁବ୍‌ଶୀଘ୍ର ଛାତ୍ରୀଛାତ୍ରଙ୍କ ନାମଲେଖା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଉଦ୍ଘାଟନ କାର୍ଯ୍ୟକ୍ରମରେ ପୁରୋହିତ ନୃସିଂହ ଶତପଥୀ, ଦୟାନିଧିପୁର ଶାସନର ସଂଗ୍ରାମ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରିୟଙ୍କା ପ୍ରିୟଦର୍ଶନୀ ବ୍ରହ୍ମପୁରର ଜଣାଶୁଣା ଓଡ଼ିଶୀ ଗୁରୁ ଶିବରାମ ବାରିକଙ୍କ ଶିଷ୍ୟା ଅଟନ୍ତି। ଏହି କେନ୍ଦ୍ର ଖୋଲିବା ପରେ ଭଞ୍ଜନଗର ଅଞ୍ଚଳରେ ଆହୁରି ଅନେକ ନୂଆ ନୂଆ ଓଡ଼ିଶୀ ନୃତ୍ୟ ଶିଳ୍ପୀ ବାହାରିବେ ବୋଲି ଆଶା କରାଯାଉଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।