ନନ୍ଦୀ ପ୍ରତିମୂର୍ତ୍ତି ପାଖରେ ପହଞ୍ଚିଲା ମାଙ୍କଡ଼, ତା’ ପରେ ଯାହା କଲା ଭିଡିଓ ଦେଖିଲେ…

Sep 17, 2026 - 13:08
ନନ୍ଦୀ ପ୍ରତିମୂର୍ତ୍ତି ପାଖରେ ପହଞ୍ଚିଲା ମାଙ୍କଡ଼, ତା’ ପରେ ଯାହା କଲା ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଏଥିମଧ୍ୟରୁ ଅନେକ ଭିଡିଓ ଆଶ୍ଚର୍ଯ୍ୟ କରିଦେଉଥିବାବେଳେ ଆଉ କିଛି ଭିଡିଓ ହୃଦୟସ୍ପର୍ଶୀ। ଏବେ ଏମିତି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି। ଯେଉଁ ଭିଡିଓରେ ମାଙ୍କଡ଼ର କାରନାମା ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ଖୁସି ବ୍ୟକ୍ତ କରୁଛନ୍ତି।

ଏକ ଛକରେ ସ୍ଥାପିତ ନନ୍ଦୀ ପ୍ରତିମୂର୍ତ୍ତି ଦେଖିବାକୁ ପାଇବେ। ଏଠାରେ ଏକ ମାଙ୍କଡ଼ ହାତରେ ଏକ କଦଳୀ ଧରି ନନ୍ଦୀ ପ୍ରତିମୂର୍ତ୍ତି ପାଖରେ ବସିଛି। ତା’ ପରେ ସେ କଦଳୀରୁ ଚୋପା ଛଡ଼ାଇ ପ୍ରଥମେ ପ୍ରତିମୂର୍ତ୍ତିକୁ ଖୁଆଇ ଦେଉଛି। କିନ୍ତୁ ବାରମ୍ବାର ଚେଷ୍ଟା କରିବା ସତ୍ତ୍ୱେ, ପ୍ରତିମୂର୍ତ୍ତି ନ ଖାଇବାରୁ ମାଙ୍କଡ଼ ନିଜେ ଏହି କଦଳୀଟିକୁ ଖାଇଦେଉଛି। ଏହି ଭିଡିଓଟି ଲୋକଙ୍କ ହୃଦୟ ଜିତିଛି।

ମାଙ୍କଡ଼ ଭାବିଥିଲା ନନ୍ଦୀ ମଧ୍ୟ ଭୋକିଲା ଅଛନ୍ତି। ଯେତେବେଳେ ନନ୍ଦୀ କଦଳୀ ଖାଇ ନ ଥିଲେ, ସେ ନିଜେ ଖାଇ ଦେଇଥିଲା। ନିରୀହ ପ୍ରାଣୀଟି ହୁଏତ ଜାଣି ନ ଥିଲା ଯେ ତା’ ଆଗରେ ବସିଥିବା ନନ୍ଦୀ ପ୍ରକୃତ ନୁହେଁ, ବରଂ ଏକ ପଥରର ମୂର୍ତ୍ତି। ମୂକ ପ୍ରାଣୀମାନଙ୍କର ଏହି ନିରୀହତା ହୃଦୟ ସ୍ପର୍ଶକାରୀ।

monkey feeding banana to nandi idol video goes viral

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଉଛି ରାସ୍ତାରେ ଯାନବାହନ ଚଳାଚଳ କରୁଛି ଏବଂ ଲୋକମାନେ ସେମାନଙ୍କ କାମରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ କେହି ଜଣେ ମାଙ୍କଡର ଏହି ସୁନ୍ଦର ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରିଛନ୍ତି। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଲୋକମାନେ ଏହା ଉପରେ ନିଜ ନିଜର ପ୍ରତିକ୍ରିୟା ଦେଉଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।