ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କୁ ଭେଟିଲେ କେନ୍ଦୁଝର ଏମ୍‌ପି, ପ୍ରତିଶ୍ରୁତି ଦେଇ କହିଲେ…

Oct 31, 2026 - 20:44
ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କୁ ଭେଟିଲେ କେନ୍ଦୁଝର ଏମ୍‌ପି, ପ୍ରତିଶ୍ରୁତି ଦେଇ କହିଲେ…

ହାଟଡିହୀ,୩୧ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ଆଞ୍ଚଳିକ ମହାବିଦ୍ୟାଳୟ ଓ ଛେନାପଦୀ ବିଶ୍ୱ ତାରିଣୀ ମହିଳା ମହାବିଦ୍ୟାଳୟର ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କୁ ଶନିବାର କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ଭେଟିଛନ୍ତି। ହାଟଡିହୀ କଲେଜ ଛକ ନିକଟରେ ଉଭୟ କଲେଜର ନବନିର୍ବାଚିତ ଛାତ୍ର ପ୍ରତିନିଧି ସନ୍ତୋଷିନୀ ମଲ୍ଲିକ, କ୍ଷିତୀଶ୍ରୀ ଜେନା, ବର୍ଷାରାଣୀ ପାତ୍ର, ଚିନ୍ମୟୀ ନାୟକ, ପୂଜାରାଣୀ ଓଝା, ମଧୁସ୍ମିତା ଖଟୁଆ, ରୁପାଞ୍ଜଳି ନାୟକ, ପ୍ରେମ କୁମାର ରଣା, ଭକ୍ତ ଚରଣ ସାହୁ, ଦେବ କିଶୋର ମହାନ୍ତି ପ୍ରମୁଖ ଏମ୍‌ପିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିବା ସହିତ ଉଭୟ କଲେଜର ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ସମସ୍ତ ସମସ୍ୟାର ସମାଧାନ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବେ ବୋଲି ଏମ୍‌ପି ପ୍ରତିଶ୍ରୁତି ଦେଇଥିଲେ।

ଏହି ସମୟରେ ଆନନ୍ଦପୁରର ଭାଜପା ନେତା ଆଲୋକ ସେଠୀ, ସୁଧାଂଶୁ ବିଶ୍ୱାଳ, ହରମୋହନ ଶାସିନୀ, ଜ୍ଞାନ ରଞ୍ଜନ ସାମନ୍ତସିଂହାର, ଯୁଧିଷ୍ଠିର ମଲ୍ଲିକ, ସୁଶାନ୍ତ ଜେନା, ଅଭିମନ୍ୟୁ ବେହେରା, ଦେବାଶିଷ ରାଉତ, ପବିତ୍ର ମଲ୍ଲିକ, ରୁଦ୍ର ପ୍ରସାଦ ଜେନା, ବିଜୟ କୁମାର ରାଉତ ରୁଦ୍ର ପ୍ରସାଦ ନାୟକ, ରାଜେନ୍ଦ୍ର ମଣ୍ଡଳ, ଭବାନୀ ଶଙ୍କର ନାୟକଙ୍କ ସମେତ ବହୁ ଭାଜପା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।