ସୃଷ୍ଟି ହେଲା ଅବପାତ: IMD ଡିଜି କହିଲେ ଆଜି ରାତି ସୁଦ୍ଧା ଗଭୀର ଅବପାତ, ଆସନ୍ତାକାଲି ବାତ୍ୟା, ପବନର ବେଗ ରହିବ…
ଭୁବନେଶ୍ୱର,୩୧ା୧୦: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ କ୍ଷୟକ୍ଷତି ହୋଇଥିବାବେଳେ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଅବପାତ। ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ରାତି ସୁଦ୍ଧା ଗଭୀର ଅବପାତରେ ପରିଣତ ସମ୍ଭାବନା ରହିଛି। ଆସନ୍ତାକାଲି ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଥିବା ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ବାତ୍ୟାରେ ପରିଣତ ହୋଇ ଏହା ଆନ୍ଧ୍ର ଉପକୂଳ ଅତିକ୍ରମ କରିପାରେ। ବାତ୍ୟା ସମୟରେ ପବନର ସର୍ବାଧିକ ବେଗ ୧୦୦ କିଲୋମିଟର ରହିପାରେ। ୩ ଓ ୪ ତାରିଖରେ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। କାଲି ସୁଦ୍ଧା ଫେରିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ତେବେ ପୂର୍ବରୁ ଆସିଥିବା ବଡ଼ ବାତ୍ୟାଗୁଡ଼ିକ ତୁଳନାରେ ଏହି ସମ୍ଭାବ୍ୟ ବାତ୍ୟାର ତୀବ୍ରତା କମD ରହିବ ବୋଲି ଆଇଏମ୍ଡି ଡିଜି ସ୍ପଷ୍ଟ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।