ନିଜ ନକ୍ଷତ୍ରରେ ଶନି କଲେ ପ୍ରବେଶ: ୩ ରାଶିଙ୍କ ପଲଟିଯିବ ଭାଗ୍ୟ, ବ୍ୟବସାୟରେ ବମ୍ପର ଲାଭ ଘରକୁ ଆସିବ ଖୁସିଖବର
ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ରାଶି ପରିବର୍ତ୍ତନଠାରୁ ଆରମ୍ଭ କରି ନକ୍ଷତ୍ର ଗୋଚରକୁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଏ। ଶନିଙ୍କ ଗତିବିଧିର ପ୍ରଭାବ ୧୨ଟି ରାଶି ଉପରେ ପଡ଼ିପାରେ ବୋଲି ଜ୍ୟୋତିଷୀମାନେ ମତ ଦିଅନ୍ତି।
ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରୁଛନ୍ତି। ଏହି ସମୟରେ ସେ ଖୁବଶୀଘ୍ର ନିଜ ନକ୍ଷତ୍ର ପରିବର୍ତ୍ତନ କରିବେ। ଜ୍ୟୋତିଷ ମତ ଅନୁଯାୟୀ, ୯ ଅକ୍ଟୋବର ୨୦୨୬ରେ ଶନି ଉତ୍ତରଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ ଏବଂ ୮ ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ। ବିଶେଷ କଥା ହେଉଛି, ଉତ୍ତରଭାଦ୍ରପଦ ନକ୍ଷତ୍ରର ସ୍ବାମୀ ନିଜେ ଶନିଦେବ। ତେଣୁ ନିଜ ନକ୍ଷତ୍ରରେ ଶନିଙ୍କ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବିଶେଷ ମନାଯାଉଛି। ଏହି ଗୋଚରର ଶୁଭାଶୁଭ ପ୍ରଭାବ ୧୨ଟି ରାଶି ଉପରେ ପଡ଼ିପାରେ। ତେବେ ଜ୍ୟୋତିଷ ଅନୁଯାୟୀ, ୩ଟି ରାଶି ପାଇଁ ଏହି ସମୟ ଭାଗ୍ୟୋଦୟ ଓ ଉନ୍ନତିର ନୂଆ ସୁଯୋଗ ଆଣିପାରେ।
ମକର ରାଶିର ଲୋକଙ୍କ ପାଇଁ ଶନିଙ୍କ ଏହି ଗୋଚର ସଫଳତା ଓ ମାନ-ସମ୍ମାନ ବୃଦ୍ଧିର ସଙ୍କେତ ଦେଉଛି। କ୍ୟାରିୟରରେ ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିପାରେ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବାରୁ ଗୁରୁତ୍ୱପୂର୍ଣ୍ଣ କାମ ସହଜରେ ପୂରଣ କରିପାରନ୍ତି। ବ୍ୟବସାୟ ବିସ୍ତାର କରିବାକୁ ଯୋଜନା କରୁଥିବା ଲୋକଙ୍କୁ ଭଲ ସୁଯୋଗ ମିଳିପାରେ। ପରିବାରରୁ ଆଶା କରୁଥିବା ସମର୍ଥନ ମିଳିବାର ସମ୍ଭାବନା ରହିଛି। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ବଢ଼ିପାରେ। ଆର୍ଥିକ ସ୍ଥିତିରେ ସୁଧାର ସହ ସମାଜରେ ମାନ-ସମ୍ମାନ ମଧ୍ୟ ବଢ଼ିପାରେ।
କୁମ୍ଭ ରାଶି ପାଇଁ ମଧ୍ୟ ଶନିଙ୍କ ଉତ୍ତରଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ ଲାଭଦାୟକ ହୋଇପାରେ ବୋଲି ଜ୍ୟୋତିଷ ମତ ରହିଛି। ଏହି ସମୟରେ ବ୍ୟକ୍ତିତ୍ୱରେ ନିଖାର ଆସିପାରେ ଏବଂ ଲୋକେ ଆପଣଙ୍କ କଥାକୁ ଅଧିକ ଗୁରୁତ୍ୱ ଦେଇପାରନ୍ତି।
ଚାକିରି କରୁଥିବା ଲୋକଙ୍କୁ ନିଜ ପ୍ରତିଭା ଦେଖାଇବାର ନୂଆ ସୁଯୋଗ ମିଳିପାରେ। ପରିବାରରେ ଖୁସିର ପରିବେଶ ରହିବାର ସମ୍ଭାବନା ରହିଛି। ପ୍ରେମ ବିବାହ କରିବାକୁ ଇଚ୍ଛୁକ ଲୋକଙ୍କ ମନୋକାମନା ପୂରଣ ହୋଇପାରେ ବୋଲି ଜ୍ୟୋତିଷ ମତ କହୁଛି। ଧାର୍ମିକ କାର୍ଯ୍ୟକଳାପରେ ଭାଗ ନେବାର ସୁଯୋଗ ମିଳିପାରେ। ବ୍ୟବସାୟ ସହ ଜଡ଼ିତ ଲୋକଙ୍କୁ ଭଲ ଲାଭ ମିଳିବାର ସମ୍ଭାବନା ରହିଛି। ପୁରୁଣା ସମ୍ପର୍କରୁ ମଧ୍ୟ ଲାଭ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପରିଶ୍ରମକୁ ପ୍ରଶଂସା ମିଳିପାରେ।
ବୃଷ ରାଶିର ଲୋକଙ୍କ ପାଇଁ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ବେଶ ଶୁଭ ହୋଇପାରେ ବୋଲି ଜ୍ୟୋତିଷ ମତ ରହିଛି। ଏହି ସମୟରେ ଧନଲାଭ ପାଇଁ ନୂଆ ସୁଯୋଗ ମିଳିପାରେ। ଭୌତିକ ସୁଖ-ସୁବିଧା ବଢ଼ିବା ସହ ଆର୍ଥିକ ସ୍ଥିତି ମଧ୍ୟ ଆହୁରି ମଜଭୁତ ହୋଇପାରେ। ବିଶେଷ କଥା ହେଉଛି, ଏହି ସମୟରେ ପରିଶ୍ରମର ଉଚିତ ଫଳ ମିଳିପାରେ। ଦୀର୍ଘଦିନ ଧରି ଅଟକି ରହିଥିବା କାମଗୁଡ଼ିକ ମଧ୍ୟ ପୂରଣ ହେବାର ସମ୍ଭାବନା ରହିଛି। ଚାକିରି ଖୋଜୁଥିବା ଲୋକଙ୍କୁ ମନପସନ୍ଦ ଚାକିରି ସମ୍ପର୍କରେ ଭଲ ଖବର ମିଳିପାରେ। ବ୍ୟବସାୟ କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ମିଳିବା ସହ ଲାଭବାନ ହେବାର ସଙ୍କେତ ରହିଛି। ଏହା ସହିତ ଆୟର ନୂଆ ନୂଆ ଉତ୍ସ ସୃଷ୍ଟି ହୋଇପାରେ ବୋଲି ଜ୍ୟୋତିଷୀୟ ମତ ପ୍ରକାଶ ପାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।