ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ
ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼ ଗ୍ରାମ ପଞ୍ଚାୟତର ପାଲୁର ରୋଡ୍ ହାଇସ୍କୁଲ ଛକଠାରେ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଓଡ଼ିଶା କୃଷକ ସଭାର ଜିଲ୍ଲା ସଭାପତି ପି. ହରିକୃଷ୍ଣ ରେଡ୍ଡୀ ଯୋଗଦେଇଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟକ୍ରମ ସମୟରେ ଭୋଟର ତାଲିକାରେ ହେରଫେର ଓ ମନମୁଖୀ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ ହୋଇଛି। ଭୋଟ ଚୋରି କରି ବିଜେପିକୁ ଶାସନ କ୍ଷମତାକୁ ଆଣିବା ପାଇଁ ଏଭଳି କାର୍ଯ୍ୟ କରାଯାଇଥିବା ଅଭିଯୋଗ କରି ସେ ଏହାର ନିନ୍ଦା କରିଥିଲେ। ଏଥିସହ ନିର୍ବାଚନର ନିରପେକ୍ଷତା ଓ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ନିର୍ବାଚନ କମିଶନରଙ୍କୁ ତୁରନ୍ତ ବହିଷ୍କାର କରିବାକୁ ସେ ଦାବି କରିଥିଲେ।
ଏହି କାର୍ଯ୍ୟକ୍ରମରେ କୃଷକ ସଭାର ଜିଲ୍ଲା ଉପସଭାପତି ଯୋଗେଶ ଚନ୍ଦ୍ର ସାହୁ, ବ୍ଲକ୍ ସମ୍ପାଦକ ତଥା ସରପଞ୍ଚ ବୈରାଗୀ ବେହେରା, ଗୋବର୍ଦ୍ଧନ ପାହାନ, ଭାସ୍କର ଦାସ, ପଦ୍ମନାଭ ପ୍ରଧାନ, ସୁଶୀଲ ପ୍ରଧାନ, ରବୀନ୍ଦ୍ର ଆଚାରୀ, ନିରଞ୍ଜନ ରେଡ୍ଡୀ ପ୍ରମୁଖ ଯୋଗଦେଇଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।