ନିଶାଦ୍ରବ୍ୟ କାରବାର ମାମଲାରେ ଅଭିଯୁକ୍ତ ଅଟକ, ରହିଛି ପଶ୍ଚିମବଙ୍ଗ ଲିଙ୍କ
ହାଟଡିହୀ,୮l୧୧(ଶୁଭକାନ୍ତ ନାୟକ):ନିଶାଦ୍ରବ୍ୟ କାରବାର ସମ୍ପର୍କିତ ଏକ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପଶ୍ଚିମବଙ୍ଗ ହୁଗୁଳି ଜିଲା ଅନ୍ତର୍ଗତ ହରିପାଳ ଥାନା ପୁଲିସ ଟିମ କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ପହଞ୍ଚିଛି। ନନ୍ଦିପଦା ପୁଲିସ ସହାୟତାରେ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି। ସୂଚନା ଅନୁଯାୟୀ,ପଶ୍ଚିମବଙ୍ଗ ହରିପାଳ ଥାନା କେସ ନଂ ୭୮୮/ ୩୧ ଅକ୍ଟୋବର ୨୦୨୬ ଏବଂ ଏନଡ଼ିପିଏସ ଆଇନର ଧାରା ୨୦(ବି)(ଆଇଆଇ)(ସି) ଅନୁଯାୟୀ ମାମଲା ପଞ୍ଜିକରଣ ହୋଇଥିଲା । ଏହି ମାମଲାରେ କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅନ୍ତର୍ଗତ ଶାସଙ୍ଗ ଗ୍ରାମର ସୁବାଷ ଚନ୍ଦ୍ର ସ୍ବାଇଁଙ୍କ ପୁଅ ଅଜିତ କୁମାର ସ୍ବାଇଁ ଅଭିଯୁକ୍ତ ଅଟନ୍ତି । ଅଭିଯୁକ୍ତ ଅଜିତ ନନ୍ଦିପଦା ଥାନା ଅଞ୍ଚଳରେ ରହୁଥିବା ନେଇ ସୂଚନା ପାଇବା ପରେ ହରିପାଳ ଥାନା ଏସଆଇ ଉଜ୍ଜ୍ୱଳ ଦେଙ୍କ ନେତୃତ୍ୱରେ ଏକ ଚାରିଜଣିଆ ପୋଲିସ ଟିମ ନନ୍ଦିପଦା ଥାନାରେ ପହଞ୍ଚିଥିଲେ । ସକାଳୁ ସକାଳୁ ସ୍ଥାନୀୟ ନନ୍ଦିପଦା ପୋଲିସର ସହଯୋଗରେ ଶାସଙ୍ଗ ଗ୍ରାମକୁ ଘେରି ରହିଥିଲେ। ଫେରାର ହେବାକୁ ଚେଷ୍ଟା କରି ଅଭିଯୁକ୍ତ ଅଜିତକୁ ଶେଷରେ ଗିରଫ କରାଯାଇଛି। ନନ୍ଦିପଦା ଥାନା ଇନସ୍ପେକ୍ଟର ବଳିଆ ବାରିକ,ଏସଆଇ ବିନିତା ଲାକ୍ରା,କଳିନ୍ଦ୍ର ପ୍ରଧାନ,ଏଏସଆଇ ଅନୁପ ଲୁଗୁନ,ଲକ୍ଷ୍ମୀପ୍ରିୟା ବଳ,ତ୍ରିପୁରା ପ୍ରିୟଦର୍ଶିନୀ,ପ୍ରବୋଧ ଚନ୍ଦ୍ର ମହାନ୍ତି,ଅଜୟ ନାୟକ ମହେଶ୍ୱର ଖୁଣ୍ଟିଆ, ଜିତେନ୍ଦ୍ର ଜେନା ପ୍ରମୁଖ ପଶ୍ଚିମବଙ୍ଗ ପୁଲିସ ସହ ଚଢ଼ାଉରେ ସାମିଲ ଥିଲେ। ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତି କହିଛନ୍ତି ଯେ ଗିରଫ ଅଭିଯୁକ୍ତ ଅଜିତକୁ ରବିବାର ସ୍ଥାନୀୟ ଅଦାଲତରେ ହାଜର କରାଯିବ। ଅଦାଲତଙ୍କ ଅନୁମତି ମିଳିଲେ ତାଙ୍କୁ ଟ୍ରାନ୍ଜିଟ ରିମାଣ୍ଡରେ ପଶ୍ଚିମବଙ୍ଗ ପୁଲିସ ନେବେ ।
Dharitri – Odisha’s No.1, Most Trusted Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।