ବଟେଶ୍ୱର ପୀଠକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ବନ୍ଦ, ବଢୁଛି ଅସନ୍ତୋଷ
ଗଞ୍ଜାମ,୨୪ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ବଟେଶ୍ୱର ପୀଠକୁ ଦୀର୍ଘ ଦଶ ମାସରୁ ଊର୍ଦ୍ଧ୍ୱ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା ବନ୍ଦ ହୋଇଯାଇଛି। ଯାହାଫଳରେ ପୂର୍ବରୁ ଯାଉଥିବା ପର୍ଯ୍ୟଟକ, ସାଧାରଣ ଲୋକେ, ସ୍ଥାନୀୟ ଲୋକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗଞ୍ଜାମ ସହରର ବରିଷ୍ଠ ନାଗରିକମାନେ ଏହି ବସ୍ ଯୋଗେ ଯାଇ ଠାକୁରଙ୍କ ଦର୍ଶନ କରିବା ସହ ସେହି ବସ୍ ଯୋଗେ ପୁଣି ଫେରୁଥିଲେ। ବର୍ତ୍ତମାନ ବସ୍ ବନ୍ଦ ଯୋଗୁ ସେମାନେ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ହେଉଥିବା ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏତେ ଦିନ ଧରି ବସ୍ ସେବା ବନ୍ଦ ରହିଥିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି। ଏହି ସମସ୍ୟା ପ୍ରତି ବ୍ଲକ ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।
ସୂଚନାଯୋଗ୍ୟ, ବଟେଶ୍ୱର ପୀଠରୁ ହୁମ୍ମା ୧୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ ଗ୍ରାମ୍ୟ ଉନୟନ ବିଭାଗ ରାସ୍ତାଟି ଦୀର୍ଘଦିନ ହେଲା ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଠିକାଦାରଙ୍କ ମନମୁଖୀ, ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବଦ୍ରଷ୍ଟା ଏବଂ ନିର୍ବାଚିତ ପ୍ରତିନିଧିଙ୍କ ଆନ୍ତରିକତା ଅଭାବ ଯୋଗୁ ରାସ୍ତାଟି ଦୀର୍ଘଦିନ ହେଲା ହେଇପାରୁନି। ଫଳରେ ଯାତାୟାତବେଳେ ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡୁଛି। ରାସ୍ତାଟି ଖରାପ ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କ ବସ୍ସେବା ଗାଡ଼ି ଦୀର୍ଘଦିନ ହେଲା ବଟେଶ୍ୱର ପୀଠରୁ ହୁମ୍ଭା ରାସ୍ତାରେ ଯାଉନାହିଁ। ଫଳରେ ଉକ୍ତ ଅଞ୍ଚଳର ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡୁଛି। ଆଗକୁ କାର୍ତ୍ତିକ ମାସ ଯୋଗୁ ପ୍ରତ୍ୟେକ ଦିନ ଭକ୍ତଙ୍କ ଭିଡ଼ ବଟେଶ୍ୱର ପୀଠରେ ହୋକୁ ଥିବାବେଳେ ରାସ୍ତା ତିଆରି ନ ହେବା, ମନ୍ଦିରକୁ ବସ୍ ନ ଯିବାକୁ ନେଇ ସାଧାରଣରେ ଘୋର ଅସନ୍ତୋଷ ଦେଖାଦେଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।