ବଟେଶ୍ୱର ବାଲିଯାତ୍ରା ପ୍ରସ୍ତୁତି ବିଶୃଙ୍ଖଳାକାରୀ ପ୍ରତି କଡା କାର୍ଯ୍ୟାନୁଷ୍ଠାନ
ଗଞ୍ଜାମ,୧୭।୧୦(ବିଦ୍ୟାଧର ସାହୁ ): ଆଗକୁ ବଟେଶ୍ୱର ଐତିହାସିକ ବାବା ବଟେଶ୍ୱର ପୀଠରେ ବାଲିଯାତ୍ରା। ଏଥିପାଇଁ ବଟେଶ୍ୱର ଐତିହ୍ୟ ସରାଂକ୍ଷଣ କମିଟି ପକ୍ଷରୁ ଶନିବାର ଏକ ପ୍ରସ୍ତୁତି ବୈଠକ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଗଂଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ ନିକଟସ୍ଥ ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ପରିସର ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୁଲିସ ପ୍ରଶାସନ ସହ ମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ ଆଲୋଚନା ହୋଇଛି। ବଟେଶ୍ୱର୍ ମନ୍ଦିରପରିଚାଳନା କମିଟି ସଭାପତି ପୀତାମ୍ବର ସ୍ୱାଇଁ ଏବଂ କାର୍ଯ୍ୟକାରୀ ସଭାପତି ଶିବ ପ୍ରସାଦ ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ପୂର୍ବତନ ସରପଂଚ ଦିଲୀପ ଛୋଟରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ଆସନ୍ତା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବାଲିଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ପ୍ରତ୍ୟେକ ସୋମବାର ପ୍ରବଳ ଶ୍ରଦ୍ଧାଳୁ ମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥି ସହ ଟ୍ରାଫିକ ସମସ୍ୟା ,ଦୋକାନୀ ମାନଙ୍କ ସୁବ୍ୟବସ୍ଥା ଏବଂ ରାସ୍ତା ଜାମ୍ ହେବା ଓ ପାଣି ସମସ୍ୟା ସହ ମନ୍ଦିର ପରିସରରେ ସିସିଟିଭି ଫୁଟେଜ ଏବଂ ସମୁଦ୍ର ବେଳାଭୂମି ଉପରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଆଲୋଚନା ହୋଇଥିଲା`।`ପ୍ରସ୍ତୁତି ବୈଠକରେ ଛତ୍ରପୁର ଏସଡ଼ିପିଓ ଚନ୍ଦନ ଘଡେଇ,ଅତିରିକ୍ତ ରମ୍ଭା ଥାନା ଅଧିକାରୀ ତୁଳାରାମ ମହାନନ୍ଦା, ହୂମ୍ମା ଫାଣ୍ଡି ଅଧିକାରୀ ବିନୟ ଦାଶ, ସୂଚନା ଲୋକ ସଂପର୍କ ଅଧିକାରୀ ସୌରଭ ପ୍ରଧାନ, ମନ୍ଦିର ପରିଚାଳନା କମିଟି ସମ୍ପାଦକ ରଞ୍ଜିତ ପଲାଇ ପ୍ରମୁଖ ମଞ୍ଚସିନ ଥିଲେ। ବିଭିନ୍ନ ସମସ୍ୟା ଗୁଡିକର କିପରି ସମାଧାନ ହୋଇପାରିବ ସେ ସମର୍କରେ ଆଲୋଚନା କରିଥିଲେ। ବିଶେଷକରି ଦୁଇବର୍ଷ ହେଲା ହୂମ୍ମା ବାଇପାସ ଠାରୁ ଶୈବପୀଠ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଠିକାଦାର ଙ୍କ ମନମାନି ଯୋଗୁଁ ସମ୍ପୂର୍ଣ୍ଣ ହୋଇନଥିବା ଯୋଗୁଁ ବୈଠକରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା । ଶେଷରେ ମନ୍ଦିର ପରିଚାଳନା କମିଟି ଉପ ସଭାପତି ଶବର ତାରାଇ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ କଣ୍ଟିଆଗଡ଼, ନୀଳାଦ୍ରିପୁର, ଗୋଖରକୁଦା, ଖଟୁଆକୁଦା, ମୟୁରପଦା, ପୋଡ଼ମପେଟା ପ୍ରମୁଖ ୬ ଖଣ୍ଡ ଗ୍ରାମର ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।