ବଡ଼ ଖବର: ୫ ମ୍ୟାଚ୍‌ରୁ ବାଦ୍‌ ପଡ଼ିଲେ ବୁମ୍‌ରା, ହଠାତ ଟିମ୍‌ ଇଣ୍ଡିଆ ନେଲା ବଡ଼ ପଦକ୍ଷେପ !

Oct 15, 2026 - 16:12
ବଡ଼ ଖବର: ୫ ମ୍ୟାଚ୍‌ରୁ ବାଦ୍‌ ପଡ଼ିଲେ ବୁମ୍‌ରା, ହଠାତ ଟିମ୍‌ ଇଣ୍ଡିଆ ନେଲା ବଡ଼ ପଦକ୍ଷେପ !

ନୂଆଦିଲ୍ଲୀ,୧୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳର ଘୋଷଣା ସରିଥିବାବେଳେ ବର୍ତ୍ତମାନ ଦିନିକିଆ ଏବଂ ଟେଷ୍ଟ ସ୍କ୍ବାଡ୍ ଘୋଷଣାକୁ ଅପେକ୍ଷା କରାଯାଇଛି। ରିଷଭ ପନ୍ତ, ହର୍ଷିତ ରଣା ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଫିଟନେସ୍ ଅପଡେଟ୍ ମିଳିବା ପରେ ଆଗାମୀ ୨-୩ ଦିନ ମଧ୍ୟରେ ଦଳ ଘୋଷଣା ହେବାର ସମ୍ଭାବନା ରହିଛି। ଏସବୁି୍ ଭତରେ ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।

ଦାବି କରାଯାଉଛି ଯେ, ଜସପ୍ରୀତ ବୁମରା ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବେ ନାହିଁ। ଟିମ୍ ମ୍ୟାନେଜମେଣ୍ଟ ଚାହୁଁଛି ଯେ ସେ ଏହି ଗସ୍ତରେ କେବଳ ଲାଲ୍ ବଲ୍ (ରେଡ୍ ବଲ୍) କ୍ରିକେଟ୍ ଅର୍ଥାତ୍ ଟେଷ୍ଟ ମ୍ୟାଚ୍ ଉପରେ ଅଧିକ ଧ୍ୟାନ ଦିଅନ୍ତୁ।

ଟାଇମ୍ସ ଅଫ୍ ඉଣ୍ଡିଆର ରିପୋର୍ଟ ମୁଁତାବକ, ବୁମରା ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି, କିନ୍ତୁ ଭେଲିଂଟନରେ ନଭେମ୍ବର ୧୯ରୁ ଆରମ୍ଭ ହେବାକୁଥିବା ଟେଷ୍ଟ ସିରିଜ୍ ପୂର୍ବରୁ ସେ ‘ଇଣ୍ଡିଆ ଏ’ ପକ୍ଷରୁ ତୃତୀୟ ଅଭ୍ୟାସ ମ୍ୟାଚ୍ ଖେଳନ୍ତୁ ବୋଲି ମ୍ୟାନେଜମେଣ୍ଟ ଚାହୁଁଛି। ବୁମରା ବର୍ତ୍ତମାନଠାରୁ red-ball ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଏବଂ ଶୀଘ୍ର ବିସିସିଆଇର ସେଣ୍ଟର ଅଫ୍ ଏକ୍ସେଲେନ୍ସରେ ପହଞ୍ଚିବେ।

ବିସିସିଆଇର ଜଣେ ସୂତ୍ର କହିଛନ୍ତି, “ଏକ ଦୀର୍ଘ ଗସ୍ତ ପାଇଁ ବୁମରାଙ୍କ ପ୍ରାଥମିକତା ସ୍ଥିର କରିବା ଅତ୍ୟନ୍ତ ଜରୁରୀ। ଟେଷ୍ଟ ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଦିନିକିଆ ସିରିଜ୍ ଖେଳାଇବାକୁ ଚାହୁଁନାହିଁ। ଦଳ ଚାହୁଁଛି ଯେ ଟେଷ୍ଟ ସିରିଜ୍ ସମୟରେ ବୁମରା ସତେଜ ଏବଂ ଫିଟ୍ ରୁହନ୍ତୁ।”

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ (WTC)ର ଫାଇନାଲରେ ପହଞ୍ଚିବା ପାଇଁ ଭାରତୀୟ ଦଳ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଜିତିବା ଅତ୍ୟନ୍ତ ଜରୁରୀ, ଯେଉଁଥିପାଇଁ ବୁମରାଙ୍କୁ ଟେଷ୍ଟ ଦଳରେ ସାମିଲ କରିବାକୁ ବୋର୍ଡ ସମ୍ପୂର୍ଣ୍ଣ ପ୍ରାଥମିକତା ଦେଉଛି।

ସୂତ୍ର ମୁତାବକ, ବୁମରାଙ୍କୁ ନେଇ କରାଯାଇଥିବା ଏହି ରଣନୀତି କେବଳ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ନୁହେଁ, ବରଂ ଆଗାମୀ ବର୍ଷ ଆରମ୍ଭରେ ହେବାକୁଥିବା ‘ବର୍ଡର-ଗାଭାସ୍କର ଟ୍ରଫି’ ଏବଂ ପରବର୍ତ୍ତୀ ସମୟରେ ହେବାକୁ ଥିବା ବିଶ୍ୱକପ୍ ପୂର୍ବରୁ ତାଙ୍କ କାର୍ଯ୍ୟଭାର ନିୟନ୍ତ୍ରଣ କରିବା ପାଇଁ ଏକ ବଡ଼ ପଦକ୍ଷେପ ଅଟେ। ଟିମ୍ ଇଣ୍ଡିଆର ଏହି ରଣନୀତି ଆଗାମୀ ଦିନରେ କେତେ ସଫଳ ହେଉଛି, ତାହା ଦେଖିବାର କଥା।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।