କ୍ଷେତ୍ରବାସୀ ଡିଏଭି କଲେଜ ସାଇନ୍ ଡାଏ ଘୋଷଣା
ଖୋର୍ଦ୍ଧା,୧୫ା୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି। ଖୋର୍ଦ୍ଧା ଉପଜିଲାପାଳଙ୍କ କାର୍ଯ୍ୟାଳୟର ୧୪ ତାରିଖର ଆଦେଶ ନମ୍ବର ୬୧୨୦ ଅନୁଯାୟୀ, ବିଏନଏସଏସ୍ର ଧାରା ୧୬୩ ଅନ୍ତର୍ଗତ ନିଷେଧାଦେଶ ଜାରି ହୋଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଗୁରୁବାର ୧୫ ଅକ୍ଟୋବରଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କଲେଜକୁ ବନ୍ଦ ରଖାଯିବ। ଏ ନେଇ ମହାବିଦ୍ୟାଳୟ ପକ୍ଷରୁ ନୋଟିସ୍ ନମ୍ବର ୨୩୫/୨୬ ଜାରି କରାଯାଇଛି। ତେବେ କଲେଜ ବନ୍ଦ ନିଷ୍ପତ୍ତିର କାରଣ ସମ୍ପର୍କରେ ବିଜ୍ଞପ୍ତିରେ ସ୍ପଷ୍ଟ ଉଲ୍ଲେଖ ନାହିଁ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।