ବଣ୍ଡାଘାଟିରେ ଧସିଲା ମାଟି ଅତଡ଼ା: ୭ ଗାଁ ବିଚ୍ଛିନ୍ନ

Nov 06, 2026 - 19:56
ବଣ୍ଡାଘାଟିରେ ଧସିଲା ମାଟି ଅତଡ଼ା: ୭ ଗାଁ ବିଚ୍ଛିନ୍ନ

ମାଲକାନଗିରି,୬।୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ବଣ୍ଡାଘାଟିରେ ରାସ୍ତା ଧସିବା ଯୋଗୁ ୭ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତର ବନ୍ଧଗୁଡ଼ା ନିକଟରେ ମାଟି ଅତଡ଼ା ଧସି ରାସ୍ତା ଅବରୋଧ ହୋଇଛି।

ଫଳରେ ମୁଦୁଲିପଡ଼ା ପଞ୍ଚାୟତର କିର୍ଷାନୀପଡ଼ା, ରାଉଲିଗୁଡ଼ା, ତାଗାବେଡ଼ା ଓ ବାଣ୍ଡିଗୁଡ଼ା ସମେତ ୭ଟି ଗାଁକୁ ଯାତାୟାତ ବନ୍ଦ ହୋଇଯାଇଛି। ଆମ୍ବୁଲାନ୍ସ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିବାରୁ ଜରୁରୀ ସ୍ବାସ୍ଥ୍ୟସେବା ନେଇ ଚିନ୍ତା ବଢ଼ିଛି।

ପୂର୍ବରୁ ମଧ୍ୟ ଏହି ରାସ୍ତାରେ ଏଭଳି ସମସ୍ୟା ଦେଖାଦେଇଥିଲେ ହେଁ ସ୍ଥାୟୀ ସମାଧାନ ହୋଇ ନ ଥିବାରୁ ଅଞ୍ଚଳବାସୀ ଆରଡି ବିଭାଗ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ଆରଡି ନିର୍ବାହୀ ଯନ୍ତ୍ରୀ ସୁଜାତା ଦିଶାରୀ କହିଛନ୍ତି, ଉକ୍ତ ରାସ୍ତା ବର୍ତ୍ତମାନ ତାଙ୍କ ବିଭାଗ ଅଧୀନକୁ ଆସିଛି। ଶନିବାର କର୍ମଚାରୀଙ୍କୁ ପଠାଇ ରାସ୍ତାର ସ୍ଥାୟୀ ମରାମତି ପାଇଁ ପଦକ୍ଷେପ ନିଆଯିବ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।