ବନ୍ୟାଞ୍ଚଳ ବୁଲି କ୍ଷୟକ୍ଷତିର ଅନୁଧ୍ୟାନ, ପ୍ରଶାସନ ପକ୍ଷରୁ ଖାଦ୍ୟ ବଣ୍ଟନ
ଗଞ୍ଜାମ, ୧।୧୧ (ଅନାଥ ତରାଇ): ଋଷିକୁଲ୍ୟା ନଦୀରେ ବନ୍ୟା ଯୋଗୁଁ ଗଞ୍ଜାମ ବ୍ଲକର ବିଭିନ୍ନ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତର ବରପାଲି ଗ୍ରାମରେ ବନ୍ୟାଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରାଯାଇଛି। ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଗ୍ରାମରେ ପହଞ୍ଚି ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟା ଓ ଦୁର୍ଦ୍ଦଶା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା। ଏଥିରେ ବିଧାୟକଙ୍କ ସହ ବିଡିଓ ଅଚ୍ୟୁତାନନ୍ଦ ଜାନୀ ଓ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର, ଆଇଆଇସି କୁମାର ମୁଦୁଲିଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।