ବିଜ୍ଞାନକୁ ବାଦ୍ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ
ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ ପାଣିଗ୍ରାହୀ, ଗୋବିନ୍ଦ ସାହୁ, ରଞ୍ଜନ ପାତ୍ର, ବାବୁଲା ଦୋରା, ଦ୍ୱିତୀକୃଷ୍ଣ ଗୌଡ଼ ଓ ଅଜିତ ମହାରଣା ପ୍ରମୁଖ ଅତିଥି ତଥା ବିଚାରକ ଭାବେ ଯୋଗଦେଇଥିଲେ।
ଏହି ଅବସରରେ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ବିଜ୍ଞାନକୁ ବାଦ୍ ଦେଇ ଦେଶର ପ୍ରଗତିର ପରିକଳ୍ପନା କରାଯାଇପାରିବ ନାହିଁ ବୋଲି କହିଥିଲେ। ଛାତ୍ରୀଛାତ୍ରମାନେ ପ୍ରତ୍ୟେକ ବିଷୟକୁ ବୈଜ୍ଞାନିକ ଦୃଷ୍ଟିକୋଣରେ ଦେଖିବା ସହ ଯୁକ୍ତିସଙ୍ଗତ ଚିନ୍ତାଧାରା ବିକଶିତ କରିବାକୁ ସେମାନେ ପରାମର୍ଶ ଦେଇଥିଲେ।
ମେଳାରେ ବିଭିନ୍ନ ବିଷୟକୁ ଆଧାର କରି ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ୮୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଛାତ୍ରୀଛାତ୍ର ତଥା ଶିଶୁ ବୈଜ୍ଞାନିକମାନେ ନିଜ ନିଜ ପ୍ରକଳ୍ପ ସମ୍ପର୍କରେ ଅତିଥି ଓ ବିଚାରକମଣ୍ଡଳୀଙ୍କୁ ବୁଝାଇଥିଲେ। ଅତିଥି ତଥା ବିଚାରକମାନେ ପ୍ରକଳ୍ପଗୁଡ଼ିକ ପରିଦର୍ଶନ କରିବା ସହ ସେଗୁଡ଼ିକର ମୂଲ୍ୟାୟନ କରିଥିଲେ।
ସ୍କୁଲ ପରିଚାଳନା ନିର୍ଦ୍ଦେଶକ ବନୋଜ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସ୍କୁଲ ଅଧ୍ୟକ୍ଷା ସ୍ୱାତୀଆମ୍ମା ପାତ୍ର ସଂଯୋଜନା କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।