ବିଦାୟୀ ଭାଷଣରେ ଚେତାବନୀ ଦେଲେ ଲିଓନେଲ ମେସି: ଭାବପ୍ରବଣ ହୋଇ କହିଲେ…
ନୂଆଦିଲ୍ଲୀ,୭।୧୦: ଆର୍ଜେଣ୍ଟିନା ଜର୍ସିରେ ଲିଓନେଲ ମେସିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ କେବଳ ଭାବବିହ୍ବଳ କରି ନ ଥିଲା, ବରଂ ତାଙ୍କ ବିଦାୟୀ ଭାଷଣ ଆର୍ଜେଣ୍ଟିନା ଫୁଟବଲ୍କୁ ଏକ ବଡ଼ ବାର୍ତ୍ତା ମଧ୍ୟ ଦେଇଛି। ବେନିନ ବିପକ୍ଷରେ ୩-୦ର ବିଜୟ ପରେ ମେସି ଦଳୀୟ ଏକତା ବଜାୟ ରଖିବାକୁ ନୂଆ ପିଢ଼ିର ଖେଳାଳିଙ୍କୁ ଆହ୍ବାନ କରିଛନ୍ତି।
ବେନିନ ବିପକ୍ଷରେ ଆର୍ଜେଣ୍ଟିନା ୩-୦ରେ ବିଜୟୀ ହୋଇଥିବା ବେଳେ ମେସି ଗୋଟିଏ ଗୋଲ କରିଥିଲେ ଏବଂ ଦୁଇଟି ଗୋଲ୍ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ମ୍ୟାଚ ଶେଷ ହେବା ପରେ ଯେତେବେଳେ ସେ ମାଇକ ଧରିଥିଲେ, ସେତେବେଳେ ଷ୍ଟାଡିୟମର ପରିବେଶ ଭାବବିହ୍ବଳ ହୋଇଯାଇଥିଲା। ମେସି ନିଜର ଦୀର୍ଘ ଅନ୍ତର୍ଜାତୀୟ ଯାତ୍ରାକୁ ସ୍ମରଣ କରିବା ସହ ଫ୍ୟାନ୍ମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଥିଲେ।
ବିଦାୟୀ ଭାଷଣରେ ମେସି କହିଥିଲେ, ଫ୍ୟାନ୍ମାନଙ୍କୁ ଧନ୍ୟବାଦ ଦେବା ପାଇଁ ତାଙ୍କ ପାଖରେ ଶବ୍ଦ ନାହିଁ। କଠିନ ସମୟରେ ମଧ୍ୟ ଫ୍ୟାନ୍ମାନେ ତାଙ୍କୁ ହାର୍ ନ ମାନିବାକୁ ପ୍ରେରଣା ଦେଇଥିବା କଥା ସେ ସ୍ମରଣ କରିଥିଲେ। ଆର୍ଜେଣ୍ଟିନା ପାଇଁ ଖେଳିବା ମୋ ଜୀବନର ସବୁଠାରୁ ସୁନ୍ଦର ଅନୁଭ। ଦେଶର ଜର୍ସି ପିନ୍ଧି ମାଇଦାନକୁ ଓହ୍ଲାଇବା ତାଙ୍କ ପାଇଁ ସର୍ବଦା ଗର୍ବର ବିଷୟ।
ମେସି ନିଜର ବିଶ୍ୱକପ ଅନୁଭବକୁ ମଧ୍ୟ ସ୍ମରଣ କରିଥିଲେ। ବିଶ୍ୱକପ୍ରେ ଦଳ ଦେଶବାସୀଙ୍କ ସ୍ବପ୍ନ ପୂରଣ କରିବାର ନିକଟତର ହୋଇଥିବା କଥା ସେ କହିଥିଲେ। ଦଳର ପ୍ରତ୍ୟେକ ଖେଳାଳି ନିଜର ସମ୍ପୂର୍ଣ୍ଣ ଶକ୍ତି ଦେଇ ଲଢ଼ିଥିବା ମେସି କହିଥିଲେ। ତାଙ୍କ ସଫଳତା କେବଳ ନିଜର ନୁହେଁ,ଫ୍ୟାନ୍ମାନଙ୍କ ଭଲପାଇବା ଓ ସମର୍ଥନ ଯୋଗୁ ଏହି ସ୍ବପ୍ନ ସାକାର ହୋଇଛି।
ମେସି ଆହୁରି ମଧ୍ୟ କହିଥିଲେ, ଆର୍ଜେଣ୍ଟିନାର ଜାତୀୟ ଦଳର ରଙ୍ଗ ଓ ଫ୍ୟାନ୍ମାନଙ୍କୁ ସେ ବହୁତ ମିସ କରିବେ। ଦେଶର ବିଭିନ୍ନ ସ୍ଥାନରେ ଏବଂ ବିଭିନ୍ନ ଟୁର୍ନାମେଣ୍ଟରେ ଫ୍ୟାନ୍ମାନେ ଯେପରି ସମର୍ଥନ କରିଛନ୍ତି, ତାହାକୁ ସେ କେବେ ଭୁଲିବେ ନାହିଁ ବୋଲି କହିଥିଲେ। ତେବେ ଜାତୀୟ ଦଳଠାରୁ ଦୂରେ ରହିଲେ ମଧ୍ୟ ନୂଆ ପିଢ଼ିର ଖେଳାଳିମାନଙ୍କ ସହ ରହିବେ ଏବଂ ସେମାନଙ୍କୁ ସମର୍ଥନ କରିବେ ବୋଲି ମେସି ସ୍ପଷ୍ଟ କରିଥିଲେ।
ଏହା ସହ କିଛି ଲୋକ ଆର୍ଜେଣ୍ଟିନା ଜାତୀୟ ଦଳକୁ ଜିତୁଥିବା ଦେଖିବାକୁ ଚାହାନ୍ତି ନାହିଁ ବୋଲି ମେସି ଚେତାବନୀ ଦେଇଥିଲେ। ତେଣୁ ଏଭଳି ପରିସ୍ଥିତି ବିରୋଧରେ ମଧ୍ୟ ଏକଜୁଟ ହୋଇ ରହିବାକୁ ସେ ଆହ୍ବାନ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।