ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

Sep 16, 2026 - 20:31
ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

କୁଆଁରମୁଣ୍ଡା,୧୬।୯(ମହେନ୍ଦ୍ର କୁମାର ସାହୁ) : ବୀରମିତ୍ରପୁର ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ ଜଣ ନାବାଳିକାଙ୍କୁ ଏକ ଜଙ୍ଗଲରେ ୫ ଜଣ ଜୋରଜବରଦସ୍ତ ଜଣଙ୍କ ପରେ ଜଣେ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ କାହାରିକୁ ନ ଜଣାଇବା ପାଇଁ ପୀଡ଼ିତାଙ୍କୁ ବନ୍ଧୁକ ଦେଖାଇ ଧମକ ଚମକ ଦେଇଛନ୍ତି ।ଏହି ଘଟଣା ସୋମବାର ସନ୍ଧ୍ୟା ସମୟରେ ଘଟିଥିଲା ବେଳେ ଭୟରେ ନାବାଳିକା ପରିବାର କାହାରିକୁ ଜଣାଇ ନଥିବା ଜଣାପଡିଛି ।

ବିଶ୍ୱସ୍ତ ସୂତ୍ରରୁ ବୀରମିତ୍ରପୁର ପୋଲିସ ଖବର ପାଇ ମଙ୍ଗଳବାର ରାତିରୁ ସନ୍ଦିଗ୍ଧଙ୍କୁ ଧରି ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ଏ ନେଇ ବୀରମିତ୍ରପୁର ଆଇଆଇସି ରାମ ପ୍ରସାଦ ନାଗଙ୍କୁ ପଚରାଯିବାରୁ ସେ କହିଲେ ଯେ ୨ ଜଣ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ଏହାପରେ ୫ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା ଚାଲିଛି । ଅନ୍ୟପକ୍ଷରେ ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ ଏତଲା ହୋଇ ନ ଥିବା ନେଇ ଆଇଆଇସି ନାଗ କହିଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।