ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!
ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ ବକ୍ରୀ ଚଳନ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ସମସ୍ୟା ବଢ଼ାଇପାରେ, କାରଣ ଏହି ସମୟରେ ବୁଧ ଓଲଟା ଚାଲିରେ ଗୋଚର କରୁଥିବା ପରି ପ୍ରତୀତ ହୁଅନ୍ତି। ବିଶ୍ୱାସ କରାଯାଏ ଯେ ଏହାର ନକାରାତ୍ମକ ପ୍ରଭାବ କିଛି ବ୍ୟକ୍ତିଙ୍କ କ୍ୟାରିୟର, ବ୍ୟବସାୟ ଏବଂ ପ୍ରେମ ଜୀବନ ଉପରେ ଦେଖିବାକୁ ମିଳିପାରେ। ଏହି ସମୟ ମଧ୍ୟରେ ହେବାକୁ ଥିବା କାମ ବିଗିଡ଼ିବା ସହ ଜୀବନରେ ଅନେକ ଉତ୍ଥାନ-ପତନର ସାମ୍ନା କରିବାକୁ ପଡ଼ିପାରେ। ସେହିପରି, ନିଜର ନିଷ୍ପତ୍ତି ଭାବିଚିନ୍ତି ନେବା ଏବଂ କୌଣସି କାର୍ଯ୍ୟରେ ତରବରିଆ ନ ହେବାକୁ ପରାମର୍ଶ ଦିଆଯାଏ। ଏପରି ପରିସ୍ଥିତିରେ ବୁଧଙ୍କ ଏହି ଓଲଟା ଚାଲି କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ସମସ୍ୟା ବଢ଼ାଇପାରେ, ଆସନ୍ତୁ ଜାଣିବା।
କର୍କଟ ରାଶି
କର୍କଟ ରାଶିର ଲୋକଙ୍କୁ ଏହି ସମୟରେ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଅଧିକ ଯାତ୍ରା କରିବାକୁ ପଡ଼ିବ ଏବଂ କାମ ହେଉ ହେଉ ଅଟକି ଯାଇପାରେ। କାର୍ଯ୍ୟକ୍ଷେତ୍ରରେ ମଧ୍ୟ କିଛି ଚ୍ୟାଲେଞ୍ଜ ସାମ୍ନାକୁ ଆସିପାରେ। ଏପରି ସ୍ଥିତିରେ ନିଜ ଉଚ୍ଚପଦସ୍ଥ ଅଧିକାରୀ ତଥା ଅଭିଜ୍ଞ ଲୋକଙ୍କ ପରାମର୍ଶକୁ ଅଣଦେଖା କରିବାରୁ ଦୂରେଇ ରୁହନ୍ତୁ। ଏହା ବ୍ୟତୀତ ନିବେଶର ସୁଯୋଗ ହାତଛଡ଼ା ହୋଇପାରେ। କୌଣସି କାର୍ଯ୍ୟରେ ତରବର ହୁଅନ୍ତୁ ନାହିଁ, କାରଣ ଏହାଦ୍ୱାରା କ୍ଷତି ହେବାର ଆଶଙ୍କା ରହିଛି।
ତୁଳା ରାଶି
ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ବୁଧଙ୍କ ବକ୍ରୀ ଚଳନ ଦୌଡ଼ାଧପଡ଼ା ବୃଦ୍ଧି କରିପାରେ। ଏହି ସମୟରେ କାମ ସମ୍ପର୍କରେ ଅଧିକ ଯାତ୍ରା କରିବାକୁ ପଡ଼ିପାରେ, ଯାହାଫଳରେ ଖର୍ଚ୍ଚ ବଢ଼ିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଗାଡ଼ି ଚଳାଇବା ବେଳେ ମଧ୍ୟ ବିଶେଷ ସାବଧାନତା ଅବଲମ୍ୱନ କରନ୍ତୁ। ଯାତ୍ରା ସମୟରେ ନିଜ ସାମଗ୍ରୀ ଏବଂ ସୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ଆର୍ଥିକ କ୍ଷେତ୍ରରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ଏବଂ ଅଦରକାରୀ ଖର୍ଚ୍ଚରୁ ବର୍ତ୍ତିବାକୁ ଚେଷ୍ଟା କରନ୍ତୁ। ପ୍ରେମ ସମ୍ପର୍କରେ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ।
ମକର ରାଶି
ମକର ରାଶିର ବ୍ୟକ୍ତିମାନଙ୍କୁ ଏହି ସମୟରେ ନିଜ ବିରୋଧୀଙ୍କଠାରୁ ସତର୍କ ରହିବା ଆବଶ୍ୟକ। କାର୍ଯ୍ୟକ୍ଷେତ୍ରରେ କିଛି ଲୋକ ଆପଣଙ୍କ ଛବି ଖରାପ କରିବାକୁ ଚେଷ୍ଟା କରିପାରନ୍ତି। ଆର୍ଥିକ କାରବାର ଏବଂ ଭୌତିକ ସୁଖ-ସୁବିଧା ସମ୍ପର୍କିତ ନିଷ୍ପତ୍ତି ମଧ୍ୟ ଭାବିଚିନ୍ତି ନିଅନ୍ତୁ। ମାଆଙ୍କ ସ୍ୱାସ୍ଥ୍ୟ ଖରାପ ହେବା ମଧ୍ୟ ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ। ତରବରିଆ ଭାବେ କରାଯାଇଥିବା ପୁଞ୍ଜିନିବେଶ କିମ୍ୱା ଅନାବଶ୍ୟକ ଖର୍ଚ୍ଚ ଆପଣଙ୍କ ସମସ୍ୟା ବଢ଼ାଇପାରେ। ମକର ରାଶିର ଲୋକମାନେ କୌଣସି କାର୍ଯ୍ୟରେ ଶର୍ଟକଟ ନେବା କିମ୍ୱା ନିୟମ ଉଲ୍ଲଂଘନ କରିବାରୁ ଦୂରେଇ ରହିବା ଉଚିତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।