ବୃଦ୍ଧାବୃଦ୍ଧଙ୍କ ଶେଷ ଠିକଣା ବରିଷ୍ଠ ନିବାସ, ସୁଖରେ ଜୀବନ ବିତାଉଥିବା କହି…
ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ବୃଦ୍ଧାବୃଦ୍ଧଙ୍କ ଶେଷ ଠିକଣା ବରିଷ୍ଠ ନିବାସ ବୋଲି କୁହାଯାଉଛି। କାରଣ ଝିଅ ପୁଅ ବୋହୁ ମାନଙ୍କ ଅତିଷ ଯନ୍ତ୍ରଣା ଖୁବ ମର୍ମାହତ କରିଥାଏ। ନିଜ ପିଲାମାନେ ସମ୍ପତ୍ତି ଲୋଭରେ ପରିଣତ ବୟସରେ ମା’ବାପା ମାନଙ୍କୁ ଅବହେଳା ପ୍ରଦର୍ଶନ କରୁଥିବା ଅନେକ ନଜିର ରହିଛି। ସମାଜରେ ଏପରି ସାମାଜିକ ବ୍ୟାଧି ବୃଦ୍ଧି ପାଉଛି। ଶେଷରେ ବାଧ୍ୟ ହୋଇ ମା’ ବାପାମାନେ ସେବା ଶୁଶ୍ରୁଷା ନ ପାଇ ସରକାରଙ୍କ ସ୍ବୀକୃତି ପ୍ରାପ୍ତ ବରିଷ୍ଠ ନିବାସରେ ପହଞ୍ଚି ଖୋଜୁଛନ୍ତି ଶେଷ ଠିକଣା । ସମାଜରେ ୮୦ ପ୍ରତିଶତ ଏଭଳି ଘଟଣା ନଜରକୁ ଆସୁଛି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମା’ବାପାଙ୍କୁ ଅବହେଳା କଲେ ଆଇନ ବ୍ୟବସ୍ଥାରେ ଦଣ୍ଡ ଦେବାର ପ୍ରାବଧାନ ରହିଛି। ବୃଦ୍ଧାବୃଦ୍ଧମାନେ ସମ୍ପୂର୍ଣ୍ଣ ମାଗଣାରେ ଆଇନରେ ଆଶ୍ରୟ ନେବା ପାଇଁ ସରକାରଙ୍କ ବ୍ୟବସ୍ଥା ରହିଛି। ପରିବାର ଛାଡ଼ି ଏଠାରେ ଏକାଠି ହୋଇ ନୂଆ ଜୀବନ ସୁଖରେ ଜୀବନ ଯାପନ ବିତାଉ ଥିବା ନେଇ ଖୁସି ବ୍ୟକ୍ତ ରହିବା ପାଇଁ କହିଛନ୍ତି ଉପସ୍ଥିତ ଅତିଥିମାନେ।
ଏହି ଅବସରରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଖରିନାସୀସ୍ଥିତ ଜନ କଲ୍ୟାଣ ସେବା ସଂସ୍ଥା ପକ୍ଷରୁ ବରିଷ୍ଠ ନିବାସ ଠାରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ଗୁରୁବାର ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି ଯୋଗ ଦେଇ ପ୍ରଭୁ ଜଗନ୍ନାଥଙ୍କ ତୈଳ ଚିତ୍ରରେ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ। ପରେ ବରିଷ୍ଠ ନାଗରିକ ବୃଦ୍ଧାବୃଦ୍ଧମାନକୁ ଫୁଲ ଚନ୍ଦନ ଦେଇ ଅତିଥିମାନେ ପୂଜାର୍ଚ୍ଚନା କରିଥିଲେ।
ଏହି ଦିବସରେ ୩୦ରୁ ଅଧିକ ନୂଆ ଜୀବନ ବିତାଇ ଖୁସିରେ ଅଛୁ କହିଛନ୍ତି ଡିହ ବଳରାମପୁର ଅଞ୍ଚଳର ସୁନାକର ମହାନ୍ତି (୯୨) ଚରଣ ନାଉରି (୭୬), ଓଷା ନାୟକ (୭୮), ପର୍ଶୁରାମ ନାୟକ(୭୬), ହରେନ ଦାସ (୮୦), ବାବାଜୀ ପ୍ରଧାନ(୮୦)ଙ୍କ ସମେତ ବୃଦ୍ଧାବୃଦ୍ଧ ଉପସ୍ଥିତ ଥିଲେ। ଅତିଥିମାନଙ୍କ ମଧ୍ୟରେ ଉପଦେଷ୍ଟା ଜୀବନାନନ୍ଦ ସାହୁ , ସମିତି ସଭ୍ୟା ରିତାରାଣୀ ରକ୍ଷିତ, କ୍ରିଷ୍ଣପଦ ମଣ୍ଡଳ, ଅନୁଷ୍ଠାନ ସଭାପତି ବିଶ୍ୱନାଥ ନାୟକ, ଉପସଭାପତି ମନରଞ୍ଜନ ଜେନା, ନିର୍ଦ୍ଦେଶକ ତୁଷାର ସାମନ୍ତରାୟ, ଅନୁଷ୍ଠାନ ସମ୍ପାଦକ ପବିତ୍ର ପରିଡ଼ା ନିର୍ବାହୀ ଅଧିକାରୀ ବିଜୟ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ପରିଡ଼ା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏହି ପରିପ୍ରେକ୍ଷୀରେ ‘ସେବା ସେତୁ ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।