ବୈଭବଙ୍କୁ ନିଜ ନୂଆ କାର୍‌ ଦେବେନି ରୋହିତ ଶର୍ମା! ହିଟ୍‌ମ୍ୟାନ କହିଲେ ଏହି କାରଣ, ଚାରିଆଡେ ଚର୍ଚ୍ଚା

Oct 24, 2026 - 12:53
ବୈଭବଙ୍କୁ ନିଜ ନୂଆ କାର୍‌ ଦେବେନି ରୋହିତ ଶର୍ମା! ହିଟ୍‌ମ୍ୟାନ କହିଲେ ଏହି କାରଣ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ କ୍ରିକେଟରେ ଯେତେବେଳେ ରୋହିତ ଶର୍ମାଙ୍କ ନାଁ ଆସେ, ସେତେବେଳେ ତାଙ୍କ ଖେଳ ସହ ମଜାଳିଆ ଅନ୍ଦାଜ ମଧ୍ୟ ଚର୍ଚ୍ଚାକୁ ଆସିଥାଏ। ଏଥର ଏକ ଟିଭି ଶୋ’ରେ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ନାଁ ନେଇ ଚର୍ଚ୍ଚାରେ ଅଛନ୍ତି ହିଟ୍‌ମ୍ୟାନ। ତାଙ୍କୁ ପଚରାଯାଇଥିଲା ଯେ, ଯଦି ସେ ଏକ ନୂଆ କାର୍‌ କିଣନ୍ତି, ତେବେ କେଉଁ କ୍ରିକେଟରଙ୍କୁ ସେହି କାର୍‌ ଚଲାଇବାକୁ ଦେବେ ନାହିଁ? ଏହାର ଉତ୍ତରରେ ରୋହିତ ବୈଭବଙ୍କ ନାଁ ନେଇଥିଲେ। ଏହା ପଛର କାରଣ ତାଙ୍କ ବୟସ ସହ ଜଡ଼ିତ ବୋଲି କୁହାଯାଉଛି।

ରୋହିତ ଶର୍ମା ଏବେ ସୋନି ଟିଭିର ଶୋ’ ‘ଫ୍ୟାମିଲି ଫୁଲ ହାଉସ’ରେ ହୋଷ୍ଟ ଭୂମିକାରେ ନଜର ଆସୁଛନ୍ତି। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ମନୋରଞ୍ଜନ ଜଗତ ସହ ଜଡ଼ିତ ଅନେକ ରୋଚକ ମୁହୂର୍ତ୍ତ ଦେଖିବାକୁ ମିଳୁଛି। ଏହି ସମୟରେ ରୋହିତଙ୍କୁ ପଚରାଯାଇଥିଲା ଯେ, ସେ ନିଜର ନୂଆ କାର୍‌ କେଉଁ କ୍ରିକେଟରଙ୍କୁ ଚଲାଇବାକୁ ଦେବେ ନାହିଁ? ଏହାର ଉତ୍ତରରେ ସେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁ ନେଇଥିଲେ। କମ ବୟସରେ କ୍ରିକେଟ ଜଗତରେ ନିଜର ପରିଚୟ ସୃଷ୍ଟି କରିଥିବା ବୈଭବଙ୍କ ନାଁ ଶୁଣିବା ପରେ ଏହି ପ୍ରଶ୍ନ ଚର୍ଚ୍ଚାର ବିଷୟ ପାଲଟିଛି।

ବୈଭବ ସୂର୍ଯ୍ୟବଂଶୀଙ୍କୁ ଏବେ ୧୫ ବର୍ଷ ବୟସ। ଭାରତରେ ବ୍ୟକ୍ତିଗତ କାର୍‌ ଚଳାଇବା ପାଇଁ ୧୮ ବର୍ଷ ବୟସ ପୂରଣ କରିବା ସହ ବୈଧ ଡ୍ରାଇଭିଂ ଲାଇସେନ୍ସ ରହିବା ଆବଶ୍ୟକ। ତେଣୁ ବୈଭବଙ୍କ ନାଁ ନେବା ରୋହିତଙ୍କ ଏକ ମଜାଳିଆ ଉତ୍ତର ହୋଇପାରେ। ରୋହିତ କହିଥିଲେ ଯେ, ବୈଭବଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନାହିଁ, ତେଣୁ ତାଙ୍କୁ କାର୍‌ ଚଲାଇବାକୁ ଦେବେ ନାହିଁ।

ଆଇପିଏଲ ୨୦୨୬ରେ ଚମତ୍କାର ପ୍ରଦର୍ଶନ ପରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଏକ ନୂଆ ଟାଟା ସିଏରା ଏସ୍ୟୁଭି ମିଳିଥିଲା। ଟୁର୍ନାମେଣ୍ଟରେ ତାଙ୍କର ପ୍ରଦର୍ଶନ ବେଶ ଚର୍ଚ୍ଚା ସାଉଁଟିଥିଲା। ତେବେ କମ ବୟସ ଯୋଗୁ ସେ ଏବେ ଆଇନଗତ ଭାବେ ନିଜେ କାର୍‌ ଚଳାଇପାରିବେ ନାହିଁ। ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ତାଙ୍କୁ ୧୮ ବର୍ଷ ବୟସ ପୂରଣ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।