ଭାରତୀୟ ହକି ଅମ୍ପାୟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

Oct 02, 2026 - 21:08
ଭାରତୀୟ ହକି ଅମ୍ପାୟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ, ୨ା୧୦: ଯୌନ ନିର୍ଯାତନା ଅଭିଯୋଗରେ ଜାପାନରେ ଚାଲିଥିବା ଏସିଆନ ଗେମ୍ସରୁ ହକି ଅମ୍ପାୟର ତଥା ଟେକ୍‌ନିକାଲ ଅଫିସିଆଲ ଗୁରିନ୍ଦର ସିଂ ସାଙ୍ଘାଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି। ମେଗା ଇଭେଣ୍ଟ ବେଳେ ତାଙ୍କ ବିରୋଧରେ ଏକାଧିକ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା। ହକି ଇଣ୍ଡିଆର ଭିତିରି ସୂତ୍ରରୁ ପ୍ରକାଶ ଯେ, ସାଙ୍ଘା ନାଗୋୟାରେ ତାଙ୍କ ରହଣୀ ସମୟରେ ମାଲେସିଆର ଜଣେ ମହିଳା ହକି ଅଫିସିଆଲ ଏବଂ ହୋଟେଲ କର୍ମଚାରୀଙ୍କ ପ୍ରତି ଖରାପ ବ୍ୟବହାର କରିଥିଲେ। ମାଲେସିଆର ମହିଳା ଅଫିସିଆଲ ଜଣକ ସାଙ୍ଘାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

ତାଙ୍କୁ ଦୁଇ ଦିନ ପୂର୍ବରୁ ଫେରାଇ ଅଣାଯାଇଛି। ଏସିଆନ ହକି ମହାସଂଘ (ଏଏଚ୍‌ଏଫ୍‌) ଠାରୁ ବିସ୍ତୃତ ରିପୋର୍ଟ ପାଇବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ ବୋଲି ହକି ଇଣ୍ଡିଆର ଜଣେ ଅଫିସିଆଲ ସୂଚନା ଦେଇଛନ୍ତି। ଏଏଚ୍‌ଏଫ୍‌ ତରଫରୁ ଯଦି ପ୍ରତିକୂଳ ରିପୋର୍ଟ ଆସେ ତେବେ ସମ୍ପୃକ୍ତ ଅମ୍ପାୟରଙ୍କ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଫିସିଆଲ ଜଣକ କହିଛନ୍ତି।

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।