କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

Oct 02, 2026 - 22:34
କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା):  ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ କଙ୍କାଳ ଜବତ କରିଛି । କଙ୍କାଳ ଟି ପାରିପାର୍ଶ୍ବିକ ସ୍ଥିତି ରୁ ଜଣେ ନିଖୋଜ ମହିଳାଙ୍କ ର ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।
ଜନୈକ ନିଖୋଜ ମହିଳାଙ୍କ କଙ୍କାଳ ଉଦ୍ଧାର ହୋଇଥିବା ଜଣା ପଡିଛି । ଥାନାଧିକାରୀ ବିନୟ କେରକେଟାଙ୍କ ସୂଚନା ଅନୁସାରେ ତେନ୍ତଳାବାହଳ ପଞ୍ଚାୟତ କେନ୍ଦୁଘାଟ ଗ୍ରାମର ସ୍ବର୍ଗତ ବାସିଲ ବାଙ୍କ ସ୍ତ୍ରୀ ଅଞ୍ଜଳା ବା (୬୧) ଗତ ସେପ୍ଟେମ୍ବର ୧୦ ତାରିଖ ଦିନ ନିଖୋଜ ଥିବା ନେଇ ରିଆମାଳ ଥାନାରେ ଅଭିଯୋଗ ହୋଇଥିଲା। ପରିବାର ଓ ପୋଲିସ ଖୋଜାଖୋଜି କରି ତାଙ୍କୁ ପାଇ ନଥିଲେ। ଗୁରୁବାର ଦିନ କିଛିଲୋକ ନାଳ ପାଖକୁ ଯାଇ ଥିବାବେଳେ ଉକ୍ତ କଙ୍କାଳ ଦେଖିବାକୁ ପାଇଥିଲେ ଏବଂ ତାଙ୍କ ପରିବାରକୁ ଖବର ଦେଇଥିଲେ ।ପରିବାର ଲୋକେ କଙ୍କାଳ ପାଖରେ ଥିବା କପଡ଼ା, ଶାଢ଼ୀ ଦେଖି ଏହା ଅଞ୍ଜଳାଙ୍କର ବୋଲି ଚିହ୍ନଟ କରିଥିଲେ। ତା ପରେ ରିଆମାଳ ଥାନାକୁ ଏ ସମ୍ପର୍କରେ ଖବର ଦେଇଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣା ସ୍ଥଳରେ ପହଁଚି କଙ୍କାଳ ଜବତ କରିବା ସହିତ ତଦନ୍ତ କରୁଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।