ଭାରତ ପାଇଁ ଡବଲ ଖୁସି, ସିନ୍ଧୁ, ଲକ୍ଷ୍ୟ ଚାମ୍ପିୟନ

Nov 02, 2026 - 00:09
ଭାରତ ପାଇଁ ଡବଲ ଖୁସି, ସିନ୍ଧୁ, ଲକ୍ଷ୍ୟ ଚାମ୍ପିୟନ

ସାରାବ୍ରକେନ,(ଜର୍ମାନୀ),୧ା୧୧: ଡବଲ ଅଲିମ୍ପିକ ପଦକ ବିଜେତା ପି. ଭି. ସିନ୍ଧୁ ଓ ଲକ୍ଷ୍ୟ ସେନ୍‌ ସାରାବ୍ରକେନଠାରେ ଅନୁଷ୍ଠିତ ହାଇଲୋ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଯଥାକ୍ରମେ ମହିଳା ଓ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇ ଭାରତ ପାଇଁ ଡବଲ ଖୁସି ଆଶରି ଦେଇଛନ୍ତି।

ଉଭୟେ ସିଧାସଳଖ ଗେମ୍‌ରେ ବିଜୟ ଲାଭ କରିଛନ୍ତି। ସିନ୍ଧୁ ହେଉଛନ୍ତି ପୂର୍ବତନ ବିଶ୍ୱ ଚାମ୍ପିୟନ। ଜୁଲାଇରେ ସେ ଜାପାନ ଓପନ ଜିତିଥିବା ବେଳେ ଗସ୍ତ ସପ୍ତାହରେ ଫ୍ରେଞ୍ଚ ଓପନ ରନରଅପ୍‌ ହୋଇଛନ୍ତି।

ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ୮ମ ସିଡ୍‌ ତଥା ବିଶ୍ୱର ୨୫ ନମ୍ବରମାନ୍ୟତାପ୍ରାପ୍ତ ଡେନମାର୍କର ଲାଇନ୍‌ ହୋଜମାର୍କ କ୍ରେଜ୍‌ତ୍ରସଙ୍କୁ୨୧-୧୨, ୨୧-୧୪ ସିଧାସଳଖ ଗେମ୍‌ରେ ହରାଇ ଦେଇଥିଲେ। ମ୍ୟାଚ ମାତ୍ର ୩୯ ମିନିଟରେ ଶେଷ ହୋଇଥିଲା। ସିନ୍ଧୁ ଏଥିରେ ତାଙ୍କ ଷ୍ଟ୍ରୋକ୍‌ପ୍ଲେରେ ଉତ୍କୃଷ୍ଟ ନିୟନ୍ତ୍ରଣ ଏବଂ ସଠିକତା ପ୍ରଦର୍ଶନ କରିଥିଲେ। ସିଜନରେ ଏହା ହେଉଛି ତାଙ୍କର ଦ୍ୱିତୀୟ ଟାଇଟଲ।

ସିନ୍ଧୁ କହିଛନ୍ତି, ‘ପ୍ରତିଦ୍ୱନ୍ଦ୍ୱୀ ଯିଏ ହେଉନା କାହିଁକି ଶତପ୍ରତିଶତ ପ୍ରଦର୍ଶନ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଆମେ ଦୁହେଁ ପୁରସ୍ପରକୁ ଅନେକ ଥର ଭେଟିଛୁ। ପ୍ରତ୍ୟେକ ପଏଣ୍ଟ ଉପରେ ଧ୍ୟାନ ଦେବା ପାଇଁ ସେ ଚେଷ୍ଟା କରିଥିଲେ। ପରେ ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ମ୍ୟାଚରେ ଲକ୍ଷ୍ୟ ୨୧-୧୭, ୨୧-୧୦ରେ ଜୋନାଥନ ଖ୍ରିଷ୍ଟିଙ୍କୁ ହରାଇ ଦେଇଥିଲେ। ରବିବାର ମ୍ୟାଚରେ ବିଜୟ ଦ୍ୱାରା ବିଶ୍ୱର ୮ ନମ୍ବର ଖେଳାଳି ସିନ୍ଧୁ ୯,୨୦୦ ପଏଣ୍ଟ ଅର୍ଜନ କରିପାରିଛନ୍ତି, ଯାହାଫଳରେ ସିଜନ ଶେଷ ଓ୍ବାଲର୍‌ଡ ଟୁର୍‌ ଫାଇନାଲ୍ସ ପାଇଁ ସେ ଅନ୍ୟତମ ଦୃଢ଼ ଦାବିଦାର ହୋଇ ପାରିଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।