ପୂର୍ବତନ ପାଟଣା ବିଧାୟକ କାହ୍ନୁଚରଣଙ୍କ ସ୍ମୃତିସଭା
ପାଟଣା,୧ା୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ କଣ୍ଟିଆପଡ଼ା ପଞ୍ଚଚାୟତ ଭଗପଶି ଗ୍ରାମ ବାସଭବନରେ ପୂର୍ବତନ ପାଟଣା ବିଧାୟକ କାହ୍ନୁଚରଣ ନାଏକଙ୍କ ଏକାଦଶ ଅବସରରେ ରବିବାର ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି।
ପୂର୍ବତନ ଯାଜପୁର ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. କୁଷ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଖବରଦାତା ସତ୍ୟଜିତ ମିଶ୍ର ସଂଯୋଜନା କରିଥିଲେ। ସଭାରେ ତେଲକୋଇ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଫକିର ମୋହନ ନାଏକ, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ପୂର୍ବତନ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ, ପୂର୍ବତନ କେନ୍ଦୁଝର ଏମ୍ପି ମାଧବ ସର୍ଦ୍ଦାର, କୋରେଇ ପୂର୍ବତନ ବିଧାୟକ ଅଶୋକ ବଳ, ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ନାଏକ, ପୁର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁ, ପୂର୍ବତନ ବିଧାୟକ ବିଜୟ ନାଏକ, ପୂର୍ବତନ ବିଧାୟକ ମୁକେଶ ପାଲ, ଜିଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ, ଉପ ସଭାପତି ରାହାସ ବିହାରୀ ପୃଷ୍ଟି, ପାଟଣା ବ୍ଲକ୍ ବିଜେଡ଼ି ସଭାପତି ମାଧବାନନ୍ଦ ପୃଷ୍ଟି, ଭାଜପା ପୂର୍ବତନ ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ରାଧାକାନ୍ତ ମହାନ୍ତ, ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ପ୍ରତିନିଧି ଦିଲ୍ଲୀପ ପଣ୍ଡା, ପୂର୍ବତନ କେସିସି ବ୍ୟାଙ୍କ ସଭାପତି କାନନବିହାରି ପୋହି, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ବିଜେଡି ଜିଲା ସମ୍ପାଦକ ପ୍ରଶାନ୍ତ ଭଞ୍ଜ, ପୂର୍ବତନ କେନ୍ଦୁଝର ପୌରଅଧ୍ୟକ୍ଷ ମୀନା ମାଝି, ପୂର୍ବତନ କେନ୍ଦୁଝର ବ୍ଲକ୍ ଅଧ୍ୟକ୍ଷା କିରଣବାଳା ନାଏକ, କୁଡ଼ୁମୀ ସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ଶିଳ୍ପପତି ବିବେକାନନ୍ଦ ଦାଶ, ପୂର୍ବତନ ପାଟଣା ବ୍ଲକ୍ ଅଧ୍ୟକ୍ଷ ବିଶ୍ୱନାଥ ନାଏକ, ଖବରଦାତା ବୀର କିଶୋର ଦାଶ, ପୂର୍ବତନ ସାହାରପଡ଼ା ବ୍ଲକ୍ ଅଧ୍ୟକ୍ଷ ଦୀପକ ରାଜ ପ୍ରମୁଖ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।
ସଭାରେ କହ୍ନୁଚରଣଙ୍କ ସ୍ତ୍ରୀ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାଏକ, ସାନପୁଅ ପୁର୍ବତନ ବିଧାୟକ ଜଗନ୍ନାଥ ନାଏକ, ବଡ଼ପୁଅ ଇଂ. ଲୋକନାଥ ନାଏକ, ମଝିଆ ପୁଅ ବିଜେଡି ନେତା ସତ୍ୟବ୍ରତ ନାଏକ, ଝିଅ ଝରଣା ନାଏକ ପ୍ରମୁଖ ଉପସ୍ଥିତି ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।