ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ
ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି। ବର୍ଷା ଛାଡିବା ପରେ ପ୍ରବଳ ସ୍ରୋତରେ ରାସ୍ତା ଭୁଶୁଡି ଖାଲ ଖମା ହୋଇଛି ବୋଲି ଗ୍ରାମ ଲୋକମାନେ କହିଛନ୍ତି। ଏହି ରାସ୍ତାଦେଇ ଯାତାୟାତରେ ସମସ୍ୟା ଦେଖାଦେଇଛି। ସ୍କୁଲ, ଅଙ୍ଗନଓ୍ବାଡି ଓ ମେଡ଼ିକାଲକୁ ଯିବା ପାଇଁ ସମସ୍ୟା ବଢିଛି। ଗାଁକୁ ଆମ୍ବୁଲାନ୍ସ ଯିବା ପାଇଁ ଅସୁବିଧା ହେଉଛି। ତୁରନ୍ତ ଏହି ରାସ୍ତା ମରାମତି କରିବା ପାଇଁ ରବୀନ୍ଦ୍ର ସିଂ, ଦେବ ସିଂ, ଖୁଣ୍ଟିଆ ସିଂ ଓ ଟୁନୁ ସିଂ ପ୍ରମୁଖ ଦାବି କରିଛନ୍ତି । ଏହି ଗାଁରେ ଶହେ ପରିବାର ୪ ଶହ ଲୋକ ବାସ କରନ୍ତି। ଏ ସମ୍ପର୍କରେ ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟଙ୍କ ମତାମତ ନେବାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।