ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

Oct 04, 2026 - 23:21
ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ ମଧ୍ୟ ଲୁଟେରାଙ୍କୁ ଧରିବା ପାଇଁ ଅପରେଶନ ଜୋରଦାର କରିଛି l ଏଭଳିସ୍ଥିତିରେ ଛେନାପଦି ଛକରେ ଥିବା ଏକ ଦୋକାନକୁ ଜଣେ ଯୁବତୀ, ଯୁବକ ଛାଡି ଯାଇଥିବା ମନିପର୍ସ ଖୋଜିବାକୁ ଆସି ୩୦ହଜାର ଟଙ୍କା ଲୁଟି ନେଇଥିବା ନନ୍ଦିପଦା ଥାନାରେ ଏକ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା(ନଂ.୩୭୩ /୨୦୨୬) ରୁଜୁ କରିଛି।

ପୋଲିସ ଦୋକାନର ସିସିଟିଭି ଯାଞ୍ଚ କରି ଲୁଟେରାଙ୍କ ସମ୍ପର୍କରେ ସୂଚନା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି l ଅଭିଯୋଗ ଅନୁସାରେ ରାତି ପ୍ରାୟ ୧୧ଟା ବେଳେ ଉଭୟ ଯୁବତୀ ଏବଂ ଯୁବକ ଛେନାପଦି ଛକରେ ଥିବା ଯୁଧିଷ୍ଠିର ସାହୁଙ୍କ ବେକେରୀ ଦୋକାନକୁ ଆସି ପିଜା କିଣିଥିଲେ। ପିଜା ନେଇ ଯିବାର କିଛି ସମୟ ପରେ ଦୋକାକୁ ପୁଣି ଆସି ମନିପର୍ସ ଛାଡି ଯାଇଥିବା କହି ଖୋଜା ଖୋଜି କରିଥିଲେ। ସେତିକିବେଳେ କୌଶଳ କ୍ରମେ ଯୁବତୀ, ଯୁବକ ଦୋକାନରୁ ୩୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।