ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

Oct 04, 2026 - 18:43
ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଢ଼େଲାମାଡ଼ ହୋଇଛି । ସେ ପଦଯାତ୍ରା ପରେ ବୈଠକ ସାରି ବାହାରିଲା ବେଳେ ଏହି ଘଟଣା ହୋଇଥିବା ନେଇ ସୂଚନା ରହିଛି । ତେବେ ଏହି ଘଟଣାକୁ ନେଇ ଏସ୍‌ପି ଅଫିସ୍ ଆଗରେ ବିଜେଡି କର୍ମୀମାନେ ପ୍ରତିବାଦ କରି ଧାରଣାରେ ବସିଛନ୍ତି । ତେବେ କେଉଁ କାରଣ ପାଇଁ ତାଙ୍କ ଗାଡି ଉପରକୁ ପଥର ମାଡ଼ ହେଲା, ତାହାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଛି ।

ତେବେ ଆକ୍ରମଣ ପରେ ପ୍ରତିକ୍ରିୟା ଦେଇ ପ୍ରଣବ ବଳବନ୍ତରାୟ କହିଛନ୍ତି, ପୋଲିସ ଉପସ୍ଥିତିରେ ଆମ ଉପରେ ଆକ୍ରମଣ ହୋଇଛି । ଆମେ ପଦଯାତ୍ରା କରି ଲୋକଙ୍କୁ ପାଖକୁ ଯାଇଥିଲା ବେଳେ ଭାଜପାର କିଛି କର୍ମୀ ଗାଡ଼ିକୁ ଢ଼େଲା ମାଡ଼ କରିଥିବା ସେ କହିଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।