ମାରୁତି ସୁଜୁକି ନୂଆ ବାଲେନୋର ବଜାର ପ୍ରବେଶ

Sep 09, 2026 - 11:52
ମାରୁତି ସୁଜୁକି ନୂଆ ବାଲେନୋର ବଜାର ପ୍ରବେଶ

ଭୁବନେଶ୍ୱର,୯ା୯: ମାରୁତି ସୁଜୁକି ଇଣ୍ଡିଆ ପ୍ରସ୍ତୁତ ବାଲେନୋର ନୂତନ ଭର୍ସନ ମଙ୍ଗଳବାର ରାଜଭବନ ନିକଟସ୍ଥ ନେକ୍ସା(ନାରାୟଣୀ ମୋଟର୍ସ) ଏବଂ ହଂସପାଳ ଶୋ’ରୁମ୍‌ରେ ଉନ୍ମୋଚନ କରାଯାଇଛି। ଏହି ନୂତନ ଭର୍ସନ ମଡେଲକୁ ଯୁବବର୍ଗ ଏବଂ ମହତ୍ତ୍ୱାକାଂକ୍ଷୀ ସହରାଞ୍ଚଳ ଗ୍ରାହକମାନଙ୍କୁ ଦୃଷ୍ଟିଦେଇ ଡିଜାଇନ କରାଯାଇଥିଲାବେଳେ ଏଥିରେ ଉନ୍ନତ ପ୍ରଯୁକ୍ତିବିଦ୍ୟା ସହ ଇନ୍ଧନ ଦକ୍ଷତା ବୃଦ୍ଧି କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି କ୍ରମରେ ଉକ୍ତ ମଡେଲରେ ପ୍ରଥମ ଥର ପାଇଁ ‘ଲେଭଲ ୨ ଆଡଭାନ୍ସଡ୍‌ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ୍ସ’ (ଏଡିଏଏସ୍‌) ସାମିଲ କରାଯାଇଛି, ଯେଉଁଥିରେ ୮ଟି ଅତ୍ୟାଧୁନିକ ସୁରକ୍ଷା ଏବଂ ଚାଳକ-ସହାୟତା ସୁବିଧା ରହିଛି। ନୂଆ ବାଲେନୋ ୭ଟିି ରଙ୍ଗର ବିକଳ୍ପରେ ଉପଲବ୍ଧ କରାଯାଇଥିଲାବେଳେ ନୂଆକରି ‘ଏନିଗ୍‌ମାଟିକ୍‌ ଟିଲ’ ରଙ୍ଗ ମଧ୍ୟ ରହିଛି। ଏହାର ମାନୁଆଲ ଇନ୍ଧନ ଦକ୍ଷତା ପ୍ରତି ଲିଟର ୨୩.୮୦ କି.ମି. ରହିଥିଲାବେଳେ ଏଜିଏସ୍‌ ଇନ୍ଧନ ଦକ୍ଷତା ୨୪.୭୭ କି.ମି. ଏବଂ ସିଏନ୍‌ଜି ଦକ୍ଷତା ୩୩.୬୧ କି.ମି. ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ଲଞ୍ଚ ଅବସରରେ ମାରୁତି ସୁଜୁକି ଇଣ୍ଡିଆର ସିନିୟର ଏକ୍‌ଜିକ୍ୟୁଟିଭ ଅଫିସର(ମାର୍କେଟିଂ ଆଣ୍ଡ ସେଲ୍ସ) ପାର୍ଥୋ ବାନାର୍ଜୀ କହିଛନ୍ତି, ନୂଆ ବାଲେନୋ ଏବେ ଲେଭଲ ୨ ଏଡିଏଏସ୍‌ ସହିତ ଏକ ନୂତନ ପରିଚୟ ସୃଷ୍ଟି କରିଛି। ଯାହା ଗ୍ରାହକଙ୍କୁ ଆହୁରି ଆକର୍ଷିତ କରିବ। ରାଜଭବନ ନିକଟସ୍ଥ ନେକ୍ସା ଶୋ’ରୁମ୍‌ ଏହି ନୂଆ ମଡେଲର ଉନ୍ମୋଚନ ଅବସରରେ ମାରୁତି ସୁଜୁକି ଟିଏସ୍‌ଏମ୍‌ ସୌରଭ ୟାଡୁ କହିଛନ୍ତି, ପ୍ରିମିୟମ ହ୍ୟାଚ୍‌ବ୍ୟାକ୍‌ ଶ୍ରେଣୀରେ ଏହି ମଡେଲ ଗ୍ରାହକମାନଙ୍କ ପାଇଁ ଅତ୍ୟନ୍ତ ଆକର୍ଷଣ ସୃଷ୍ଟିକରିବା ସହ ଚାହିଦାପୂର୍ଣ୍ଣ ହେବ। ଉନ୍ମୋଚନ କାର୍ଯ୍ୟକ୍ରମରେ ଏସ୍‌ବିଆଇ ଚିଫ୍‌ ମ୍ୟାନେଜର ସୁବ୍ରତ ଖୁଣ୍ଟିଆ, ସିଇଓ ପ୍ରଣୟ ବୁଦ୍ଧରାଜ, ରିଆ ବୁଦ୍ଧରାଜ ଏବଂ ଜେନେରାଲ ମ୍ୟାନେଜର ବିଭୁଦତ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।