ମା’ ସମଲେଶ୍ଵରୀଙ୍କ ଅନ୍ନପୂର୍ଣ୍ଣା ବେଶ, ସକାଳୁ ସକାଳୁ ଭକ୍ତଙ୍କ ଭିଡ
ବରଗଡ଼,୨୦।୧୦(ପ୍ରେମାନନ୍ଦ ଖମାରୀ): ଆଜି ପବିତ୍ର ବିଜୟା ଦଶମୀ । ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମାଁ ସମଲେଶ୍ବରୀ ଅନ୍ନପୂର୍ଣ୍ଣା ବେଶରେ ଦର୍ଶନ ଦେଇଛନ୍ତି । ଦେବୀଙ୍କ ମହାଦଶମୀ ବିହିତ ପୂଜାର୍ଚ୍ଚନା ଚାଲିଥିବାବେଳେ ଅପରାହ୍ନ ୨ଟା ୨ମିନିଟରେ ଚଣ୍ଡିହୋମ ଆରମ୍ଭ ହେବ । ଅପରାହ୍ନ ୫ଟା ୧୪ମିନିଟରେ ପୂର୍ଣ୍ଣାହୁତି ହେବ ।
ଏହା ସହିତ ଅପରାଜିତା ପୂଜନ ଓ ସାମୁହିକ ଆର୍ଶୀବାଦ ପ୍ରଦାନ କାର୍ଯ୍ୟକ୍ରମ ରହିଛି । ମାଁ ସମଲେଶ୍ଵରୀଙ୍କୁ ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ସମାଗମ ହୋଇଛି । ଅନ୍ୟ ଶକ୍ତିପୀଠ ଗୁଡିକରେ ମଧ୍ୟ ଶାରଦୀୟ ପୂଜନୋତ୍ସବ ଚାଲିଥିବା ବେଳେ ଦେବୀଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ପରିଲକ୍ଷିତ ହୋଇଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।