ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ନ୍ୟୁଜିଲାଣ୍ଡରେ ପହଞ୍ଚୁ ପହଞ୍ଚୁ…

Oct 20, 2026 - 13:03
ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ନ୍ୟୁଜିଲାଣ୍ଡରେ ପହଞ୍ଚୁ ପହଞ୍ଚୁ…

ନୂଆଦିଲ୍ଲୀ,୨୦।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ କ୍ରିକେଟ ଜଗତରେ ଚର୍ଚ୍ଚା ଜୋର୍‌ ଧରିଛି। ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ ଦଳର ଏହି ୧୫ ବର୍ଷୀୟ ବ୍ୟାଟରଙ୍କୁ ନେଇ କିୱି ଦ୍ରୁତ ବୋଲର ଜ୍ୟାକବ ଡଫି ବଡ଼ ବୟାନ ଦେଇଛନ୍ତି। ବୈଭବଙ୍କ ପ୍ରତିଭାକୁ ପ୍ରଶଂସା କରିବା ସହ ତାଙ୍କୁ ରୋକିବା ପାଇଁ ନ୍ୟୁଜିଲାଣ୍ଡ ବୋଲରମାନେ ରଣନୀତି ପ୍ରସ୍ତୁତ କରିଥିବା ସେ କହିଛନ୍ତି।

ଅକ୍ଟୋବର ୨୨ରେ ଖ୍ରୀଷ୍ଟଚର୍ଚ୍ଚରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବାକୁ ଥିବାବେଳେ ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ଜୋରଦାର ଅଭ୍ୟାସ କରିଛି। ଭାରତୀୟ ବ୍ୟାଟର୍ଙ୍କ ଆକ୍ରମଣାତ୍ମକ ଖେଳକୁ ରୋକିବା ପାଇଁ କିୱି ବୋଲରମାନେ ପ୍ରସ୍ତୁତ ଥିବା ଡଫିଙ୍କ ବୟାନରୁ ସ୍ପଷ୍ଟ ହେଉଛି। ଡଫି କହିଛନ୍ତି,ବୈଭବ ସୂର୍ଯ୍ୟବଂଶୀ ଜଣେ ପ୍ରତିଭାବାନ ବ୍ୟାଟର। ଆଇପିଏଲ୍‌ରେ ତାଙ୍କ ବ୍ୟାଟିଂ ଏବଂ ଦ୍ରୁତ ରନ ସଂଗ୍ରହ କରିବାର କ୍ଷମତା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ବୈଭବ ଅତି ଆକ୍ରମଣାତ୍ମକ ବ୍ୟାଟିଂ କରନ୍ତି ଏବଂ ତାଙ୍କର ଷ୍ଟ୍ରାଇକ ରେଟ ପ୍ରାୟ ୨୫୦ ପାଖାପାଖି ରହିଥାଏ। ତେବେ ନ୍ୟୁଜିଲାଣ୍ଡରେ ଖେଳିବା ତାଙ୍କ ପାଇଁ ଏକ ନୂଆ ଅନୁଭବ ହେବ। ଭାରତୀୟ ବ୍ୟାଟରଙ୍କୁ କିପରି ନିୟନ୍ତ୍ରଣରେ ରଖାଯିବ, ସେନେଇ ନ୍ୟୁଜିଲାଣ୍ଡ ଦଳ ଯୋଜନା ପ୍ରସ୍ତୁତ କରିଛି।

ନ୍ୟୁଜିଲାଣ୍ଡରେ ଭାରତୀୟ ଦଳର ଟି-୨୦ ରେକର୍ଡ ମଧ୍ୟ ଉଲ୍ଲେଖନୀୟ। ପୂର୍ବ ଗସ୍ତରେ ଭାରତ ଟି-୨୦ ସିରିଜ୍‌ରେ ବିଜୟୀ ହୋଇଥିଲା। ୨୦୧୯-୨୦ରେ ଭାରତ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ରେ ନ୍ୟୁଜିଲାଣ୍ଡକୁ ୫-୦ରେ ପରାସ୍ତ କରିଥିଲା।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।