ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

Sep 14, 2026 - 09:35
ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆର୍ଥିକ ସହଯୋଗ ଅଧିକ ମଜଭୁତ ହେବ ଏବଂ ବୈଶ୍ୱିକ ସ୍ତରରେ ଦେଖାଯାଉଥିବା ଆହ୍ବାନଗୁଡ଼ିକର ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇପାରିବ ବୋଲି ସେ କହିଛନ୍ତି। ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀର ଉଦ୍‌ଯାପନୀ ଅଧିବେଶନରେ ନିଜର ବକ୍ତବ୍ୟ ରଖି ପୁଟିନ୍‌ କହିଛନ୍ତି, ବାହ୍ୟ ଆର୍ଥିକ ଚାପ ସତ୍ତ୍ୱେ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ପୁଞ୍ଜି, ଶ୍ରମ ଏବଂ ପ୍ରଯୁକ୍ତିବିଦ୍ୟାର ଗମନାଗମନ ପାଇଁ ସ୍ବାଧୀନ ମାଧ୍ୟମ ବିକଶିତ କରିବାର କ୍ଷମତା ରହିଛି। ଏହି ପ୍ରସ୍ତାବଗୁଡ଼ିକୁ ରୁଷିଆର ନିଜସ୍ବ ପଦକ୍ଷେପ ବୋଲି ବର୍ଣ୍ଣନା କରି ଏଥିରେ ଅଂଶଗ୍ରହଣ କରିବାକୁ ଅନ୍ୟ ବ୍ରିକ୍ସ ସଦସ୍ୟମାନଙ୍କୁ ସେ ଆମନ୍ତ୍ରଣ କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।