‘ମୁଁ ସ୍ତ୍ରୀ ପାଗଳ…’, କାହିଁକି ଏଭଳି କହିଲେ ଓୱାଇସି, କାରଣ ଜାଣିିଲେ…

Nov 04, 2026 - 18:51
‘ମୁଁ ସ୍ତ୍ରୀ ପାଗଳ…’, କାହିଁକି ଏଭଳି କହିଲେ ଓୱାଇସି, କାରଣ ଜାଣିିଲେ…

ନୂଆଦିଲ୍ଲୀ,୪।୧୧: ‘ପଗଳୁ’ ଶବ୍ଦକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟରେ ନିଜ ଅନ୍ଦାଜରେ ଜବାବ ରଖିଛନ୍ତି AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି। ସେ କହିଛନ୍ତି, “ମୁଁ ସ୍ତ୍ରୀ ପାଗଳ। ମୋର ସ୍ତ୍ରୀ ଅଛନ୍ତି, ପିଲାଛୁଆ ଅଛନ୍ତି। ଯଦି ଶାନ୍ତିରେ ଜୀବନ ବିତାଇବାକୁ ଚାହୁଁଛନ୍ତି, ତେବେ ମୋ କଥାରେ ବିଶ୍ୱାସ କରନ୍ତୁ।”

ଭାଜପା ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ‘ଆଣ୍ଟି ଇଣ୍ଡିଆ ପଗଳୁ’ କୁହାଯିବା ପରେ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଓୱାଇସି ଏହି ମନ୍ତବ୍ୟ ଦେଇଛନ୍ତି । ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ‘ବିବି ପାଗଳ’ ଜୁମ୍‌ଲା ଚର୍ଚ୍ଚାରେ ଥିବା ନେଇ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସେ କହିଥିଲେ, “ଘରେ ମୋର ସ୍ତ୍ରୀ ଅଛନ୍ତି, ମାଶାଆଲ୍ଲାହ ପିଲାମାନେ ଅଛନ୍ତି। ମୁଁ ବିବି ପାଗଳ। ଆପଣ ବି ମୋ କଥା ମନେ ରଖନ୍ତୁ। ଶାନ୍ତିରେ ଜୀବନ ବିତାଇବାକୁ ହେଲେ ଏହି କଥାରେ ବିଶ୍ୱାସ କରନ୍ତୁ।” କିଛି ସମୟ ପୂର୍ବରୁ ଓୱାଇସି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସମ୍ପର୍କିତ ଏକ ସଭାର ଭାଷଣର ଭିଡିଓ ସୋସିଆଲ ମିଡିଆ ‘ଏକ୍ସ’ରେ ସେୟାର କରିଥିଲେ । ଅକ୍ଟୋବର ପ୍ରଥମ ସପ୍ତାହରେ ସେୟାର ହୋଇଥିବା ଏହି ଭିଡିଓରେ ସେ କହିଥିଲେ, “ହଁ, ମୁଁ ବିବି ପାଗଳ। କିନ୍ତୁ ଜନତାଙ୍କୁ ପାଗଳ ବନାଉନାହୁଁ।”

ସେହି ସମୟରେ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ ସେ ଏହି ନେତାମାନଙ୍କ ପରି ଉତ୍ତରପ୍ରଦେଶ କିମ୍ବା ଦେଶର ଜନତାଙ୍କୁ ‘ପାଗଳ’ ବନାଉନାହାନ୍ତି।

ଓୱାଇସିଙ୍କ ଏହି ମନ୍ତବ୍ୟ ସେତେବେଳେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ଭାଜପା ରାହୁଲ ଗାନ୍ଧୀଙ୍କ ପାଇଁ ସମାନ ଶବ୍ଦ ବ୍ୟବହାର କରିବା ପରେ ଏହାକୁ ନେଇ ପ୍ରଶ୍ନ ଉଠିଥିଲା। ଆଉ ଏହାର ଉତ୍ତରରେ ଓୱାଇସି ନିଜର ପୁରୁଣା ମନ୍ତବ୍ୟକୁ ଦୋହରାଇ ନିଜ ଶୈଳୀରେ ପ୍ରତିକ୍ରିୟା ରଖିଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।