ମୋହନଙ୍କୁ ଚିଠି ଲେଖିଲେ ନବୀନ, ଓଡ଼ିଶାର ଅଖଣ୍ଡତା ପାଇଁ ତୁରନ୍ତ…
ଭୁବନେଶ୍ୱର,୪ା୧୧: କୋଟିଆକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳନେତା ନବୀନ ପଟ୍ଟନାୟକ। ୨୦୨୪ ଭାଜପାର ଇସ୍ତାହାର ମନେ ପକାଇ ନବୀନ ମୋହନଙ୍କୁ ଚିଠି ଲେଖିଛନ୍ତି। ଏଥିରେ ନବୀନ ଲେଖିଛନ୍ତି, ଇସ୍ତାହାରର ପ୍ରତିଶ୍ରୁତି ଅନୁଯାୟୀ ‘କୋଟିଆ’ର ସମାଧାନ କର। କେନ୍ଦ୍ର ଓ ଆନ୍ଧ୍ର ସରକାର ସହିତ ଉଚ୍ଚସ୍ତରୀୟ ଆଲୋଚନା କରାଯାଉ। ଉଭୟ ଆନ୍ଧ୍ର ଓ ଓଡ଼ିଶାରେ ଏନ୍ଡିଏ ସରକାର ରହିଛି। ତେଣୁ ଓଡ଼ିଶାର ଅଖଣ୍ଡତା ରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ ବୋଲି ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଓଡ଼ିଶା କଥା ଚିନ୍ତା ନ କରି ଆନ୍ଧ୍ର ଜବରଦସ୍ତ ନିର୍ବାଚନ କରୁଛି। ପୂର୍ବରୁ ବି କୋଟିଆ ସମସ୍ୟା ସମାଧାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନବୀନ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।