ବଢୁଛି ରାମଚରଣଙ୍କ କ୍ରେଜ୍: ଗୋଟିଏ ଫିଲ୍ମ ପାଇଁ ଡିମାଣ୍ଡ୍ କଲେ ଏମିତି କୋଟି
୨୦୨୭ ମସିହା ଦକ୍ଷିଣ ଭାରତୀୟ ସିନେମା ଜଗତ ପାଇଁ ଖାସ ହେବାକୁ ଯାଉଛି। ମହେଶ ବାବୁଙ୍କ ‘ବାରାଣସୀ’ଠାରୁ ଆରମ୍ଭ କରି ଅଲ୍ଲୁ ଅର୍ଜୁନ, ପ୍ରଭାସ ଓ ଜୁନିୟର ଏନ୍ଟିଆରଙ୍କ ବଡ଼ ବଡ଼ ପ୍ରୋଜେକ୍ଟକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଛି। ଏହାରି ଭିତରେ ଏବେ ଚର୍ଚ୍ଚାରେ ରହିଛି ରାମଚରଣଙ୍କ ଆଗାମୀ ଫିଲ୍ମ RC17।
‘RRR’ ପରେ ରାମଚରଣଙ୍କ ଦୁଇଟି ଫିଲ୍ମ ରିଲିଜ ହୋଇଛି। ପ୍ରଥମେ ଆସିଥିଲା ‘ଗେମ ଚେଞ୍ଜର’, ଯାହା ବକ୍ସ ଅଫିସ୍ରେ ଆଶାନୁରୂପ ସଫଳତା ପାଇ ନ ଥିଲା। ଏହାପରେ ରିଲିଜ ହୋଇଥିଲା ‘ପେଡ୍ଡି’। ଏହି ଫିଲ୍ମ କିଛି ଆୟ କରିଥିଲେ ମଧ୍ୟ ଏହାକୁ ନେଇ ବିବାଦ ଚର୍ଚ୍ଚାରେ ରହିଥିଲା। ଏବେ ଅଭିନେତାଙ୍କ ପରବର୍ତ୍ତୀ ବଡ଼ ପ୍ରୋଜେକ୍ଟ RC17 ଉପରେ ସମସ୍ତଙ୍କ ନଜର ରହିଛି।
‘ରଙ୍ଗସ୍ଥଳମ’ ଭଳି ବ୍ଲକବଷ୍ଟର ଫିଲ୍ମ ଦେଇଥିବା ରାମଚରଣ ଓ ନିର୍ଦ୍ଦେଶକ ସୁକୁମାର ପୁଣିଥରେ ଏକାଠି କାମ କରୁଛନ୍ତି। ଏହି ଯୋଡ଼ିଙ୍କ ନୂଆ ଫିଲ୍ମକୁ ନେଇ ତେଲୁଗୁ ସିନେମା ଜଗତରେ ଏବେଠାରୁ ଚର୍ଚ୍ଚା ଜୋର୍ ଧରିଛି। RC17 ପାଇଁ ରାମଚରଣ ୧୫୦ କୋଟି ଟଙ୍କା ଫି’ ନେବେ। ସେହିପରି ନିର୍ଦ୍ଦେଶକ ସୁକୁମାରଙ୍କ ଫି’ ୧୦୦ କୋଟି ଟଙ୍କା ରହିଥିବା କୁହାଯାଉଛି। ଏଥିରେ ରାଇଟିଂରୁ ମିଳିବାକୁ ଥିବା ଲାଭ ମଧ୍ୟ ସାମିଲ ରହିଛି। ଏହି ଫିଲ୍ମର ଶୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।