‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

Oct 11, 2026 - 16:27
‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ କରିଥିଲା। ତେବେ, ପରିବାରବର୍ଗଙ୍କ ବୟାନ ଏବଂ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ (ଅଟୋପ୍ସି ରିପୋର୍ଟ) ଯାଞ୍ଚ କରିବା ପରେ ଏହା ସ୍ପଷ୍ଟ ହୋଇଥିଲା ଯେ ନାନା ପାଟେକରଙ୍କ ମୃତ୍ୟୁ ଏକ ଗୁରୁତର ହୃଦଘାତ ଯୋଗୁ ହୋଇଥିଲା।
ଏହି ରିପୋର୍ଟ ଅକ୍ଟୋବର ୮ରେ ବାମ୍ବୋଲିମ ସ୍ଥିତ ଗୋଆ ମେଡିକାଲ କଲେଜର ଡାକ୍ତରୀ ଦଳ ଦ୍ୱାରା ଜାରି କରାଯାଇଥିଲା। ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ହୃଦୟର ମୁଖ୍ୟ ଧମନୀରେ ରକ୍ତ ଜମାଟ ବାନ୍ଧିବା ଏବଂ କରୋନାରୀ ରକ୍ତନଳୀରେ ଅବରୋଧ ଯୋଗୁ ଏହି ମୃତ୍ୟୁ ଘଟିଥିଲା। ଡାକ୍ତରମାନେ ନିଶ୍ଚିତ କରିଥିଲେ ଯେ ଏହି ମୃତ୍ୟୁ ସ୍ବାଭାବିକ କାରଣରୁ ହୋଇଥିଲା।
ପଣଜୀ ପୋଲିସ ସୂଚନା ପାଇଲା ଯେ ଅକ୍ଟୋବର ୮ ସକାଳ ପ୍ରାୟ ୫ଟା ୩୦ ସମୟରେ ନାନା ପାଟେକରଙ୍କୁ ଡୋନା ପାଉଲାସ୍ଥିତ ମଣିପାଲ ହସ୍ପିଟାଲକୁ ମୃତ ଅବସ୍ଥାରେ ଅଣାଯାଇଥିଲା। ଏହା ପରେ, ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ୨୦୨୩ର ଧାରା ୧୯୪ ଅନୁଯାୟୀ ପଣଜୀ ପୋଲିସ ଷ୍ଟେଶନରେ ଏକ ଅସ୍ବାଭାବିକ ମୃତ୍ୟୁ ମାମଲା (UD ନଂ ୬୨/୨୦୨୬) ରୁଜୁ କରାଯାଇଥିଲା।
ନାନା ପାଟେକରଙ୍କ ମୃତଦେହକୁ ବାମ୍ବୋଲିମ ସ୍ଥିତ ଗୋଆ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ‘ପଞ୍ଚ’ (ସାକ୍ଷୀ) ଏବଂ ତାଙ୍କ ପୁତୁରା ପ୍ରସାଦ ପାଟେକରଙ୍କ ଉପସ୍ଥିତିରେ ଯାଞ୍ଚ କରାଯାଇଥିଲା। ଏହା ପରେ, ଡାକ୍ତରୀ ଦଳ ଶବ ବ୍ୟବଚ୍ଛେଦ (ଅଟୋପ୍ସି) କରିଥିଲେ ଏବଂ ମୃତ୍ୟୁର କାରଣ ଦର୍ଶାଇ ଏକ ରିପୋର୍ଟ ଦାଖଲ କରିଥିଲେ।
ନାନା ପାଟେକର ଗୋଆରେ ଥିଲେ। ମଧ୍ୟରାତ୍ରିରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ଜଣେ ବନ୍ଧୁଙ୍କୁ ମେସେଜ କରିଥିଲେ। ବନ୍ଧୁଜଣକ ପହଞ୍ଚିବା ବେଳକୁ ନାନା ପାଟେକର ଝାଳରେ ଭିଜି ଯାଇଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ବାଟରେ ତାଙ୍କୁ ସିପିଆର୍‌ (CPR) ଦିଆଯାଇଥିଲା। ଡାକ୍ତରମାନେ ୪୫ ମିନିଟ ଧରି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ସମୟରେ, ତାଙ୍କ ମୃତଦେହକୁ ଏୟାର୍‌ ଆମ୍ବୁଲାନ୍ସ ଯୋଗେ ମୁମ୍ବାଇ ଅଣାଯାଇଥିଲା ଏବଂ ପରେ ଅନ୍ତିମ ସଂସ୍କାର ପାଇଁ ପୁଣେ ନିଆଯାଇଥିଲା। ପୁଣେରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା।

Dharitri – Odisha’s No.1, Most Trusted Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।