ରହସ୍ୟ ଉପରୁ ପରଦା ଉଠାଇଲେ ଶୁବମନ ଗିଲ: ୨୦୨୭ ବିଶ୍ୱକପ୍‌କୁ ପୂର୍ବରୁ ଦେଲେ ବଡ଼ ବୟାନ

Nov 04, 2026 - 09:36
ରହସ୍ୟ ଉପରୁ ପରଦା ଉଠାଇଲେ ଶୁବମନ ଗିଲ: ୨୦୨୭ ବିଶ୍ୱକପ୍‌କୁ ପୂର୍ବରୁ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୪।୧୧: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହୋଇଛି। ପ୍ରଥମ ମୁକାବିଲା ଇଡେନ ପାର୍କରେ ଖେଳାଯାଉଛି। ଏହି ସିରିକୁ ନେଇ ଭାରତୀୟ ଅଧିନାୟକ ଶୁବମନ ଗିଲ ବଡ଼ ବୟାନ ଦେଇଛନ୍ତି। ୨୦୨୭ ବିଶ୍ୱକପକୁ ଦୃଷ୍ଟିରେ ରଖି ଏହି ସିରିଜ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ବିଶ୍ୱକପ ପ୍ରସ୍ତୁତିକୁ ନେଇ ଏହି ସିରିଜ୍‌ର ଗୁରୁତ୍ୱ ସମ୍ପର୍କରେ ପଚରାଯିବାରୁ ଗିଲ କହିଛନ୍ତି, ତାଙ୍କ ମତରେ ଏହି ସିରିଜ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ନ୍ୟୁଜିଲାଣ୍ଡରେ ଯେଉଁ ପରିସ୍ଥିତି ମିଳିବ, ତାହା ବିଶ୍ୱର ଅନ୍ୟ ଅଞ୍ଚଳ ତୁଳନାରେ ଦକ୍ଷିଣ ଆଫ୍ରିକାର ପରିସ୍ଥିତି ସହ ଅଧିକ ସାମଞ୍ଜସ୍ୟ ରଖୁଛି। ତେଣୁ ଏଠାରେ ଖେଳିବାର ଅଭିଜ୍ଞତା ବିଶ୍ୱକପ ପ୍ରସ୍ତୁତିରେ ଭାରତୀୟ ଦଳକୁ ସହାୟକ ହେବ। ଏହି ସିରିଜ୍‌ରେ ଭଲ ପ୍ରଦର୍ଶନ କରିବା ସହ ବିଜୟ ହାସଲ କରିବାକୁ ଆଶା ରଖିଛନ୍ତି ଗିଲ।

୨୦୨୭ ଦିନିକିଆ ବିଶ୍ୱକପ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆର ମିଳିତ ଆୟୋଜନରେ ଖେଳାଯିବ। ଏହି ମହାକୁମ୍ଭରେ ମୋଟ ୧୪ଟି ଦଳ ଅଂଶଗ୍ରହଣ କରିବେ। ଟୁର୍ନାମେଣ୍ଟରେ ମୋଟ ୫୭ଟି ମ୍ୟାଚ ଖେଳାଯିବ।

୨ ଅକ୍ଟୋବର ୨୦୨୭ରୁ ଏହି ପ୍ରତିଯୋଗିତା ଆରମ୍ଭ ହେବାକୁ ଥିବା ବେଳେ ୨୧ ନଭେମ୍ବରରେ ଜୋହାନ୍ସବର୍ଗର ୱାଣ୍ଡରର୍ସ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯିବ। ତେଣୁ ଏବେଠାରୁ ଦଳର ପ୍ରସ୍ତୁତି ଓ ଖେଳାଳିଙ୍କ ପ୍ରଦର୍ଶନ ଉପରେ ଭାରତୀୟ ଟିମ ମ୍ୟାନେଜମେଣ୍ଟର ନଜର ରହିଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।