Pia Dandiya Wins Florida Seat: ଆମେରିକା ନିର୍ବାଚନରେ ଭାରତୀୟଙ୍କ ଦବଦବା, ବାଜି ମାରିଲେ ପିଆ ଦାଣ୍ଡିୟା

Nov 04, 2026 - 09:51
Pia Dandiya Wins Florida Seat: ଆମେରିକା ନିର୍ବାଚନରେ ଭାରତୀୟଙ୍କ ଦବଦବା, ବାଜି ମାରିଲେ ପିଆ ଦାଣ୍ଡିୟା

ଆମେରିକା ରାଜନୀତିରେ ପୁଣି ଚର୍ଚ୍ଚାରେ ଭାରତୀୟ ବଂଶୋଦ୍ଭବ ନେତା।

ମିଡଟର୍ମ ନିର୍ବାଚନରେ ଅନେକ ଭାରତୀୟ-ଆମେରିକୀୟ ପ୍ରାର୍ଥୀ ନିଜ ନିଜ ଭାଗ୍ୟ ପରୀକ୍ଷା କରୁଥିବାବେଳେ ଫ୍ଲୋରିଡାରୁ ଆସିଛି ବଡ଼ ଖବର।

ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ନିର୍ବାଚନରେ ବାଜି ମାରିଛନ୍ତି ଭାରତୀୟ ବଂଶୋଦ୍ଭବ ପିଆ ଦାଣ୍ଡିୟା।

ତେବେ ଅନ୍ୟପଟେ ଓହାୟୋରେ ଗଭର୍ଣ୍ଣର ପଦ ପାଇଁ ବିବେକ ରାମସ୍ୱାମୀଙ୍କ ଲଢ଼େଇ ଏବେ ରୋଚକ ମୋଡ଼ରେ ପହଞ୍ଚିଛି।

Advertisment ନଭେମ୍ବର ୩ ତାରିଖରେ ଆମେରିକାରେ ଅନୁଷ୍ଠିତ ହୋଇଛି ଗୁରୁତ୍ୱପୂର୍ଣ୍ଣ ମିଡଟର୍ମ ନିର୍ବାଚନ।

ଏହି ନିର୍ବାଚନର ଫଳାଫଳ ନିର୍ଦ୍ଧାରଣ କରିବ ଆମେରିକା କଂଗ୍ରେସରେ କେଉଁ ଦଳର ପ୍ରଭାବ ଅଧିକ ରହିବ।

ଏହା ଡୋନାଲ୍ଡ ଟ୍ରମ୍ପଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳର ଅବଶିଷ୍ଟ ସମୟ ପାଇଁ ରାଜନୈତିକ ଦିଗ ମଧ୍ୟ ସ୍ଥିର କରିପାରେ।

ପିଆ ଦାଣ୍ଡିୟାଙ୍କ ବଡ଼ ବିଜୟ ଫ୍ଲୋରିଡାର ୨୨ତମ କଂଗ୍ରେସନାଲ ଡିଷ୍ଟ୍ରିକ୍ଟରୁ ବିଜୟୀ ହୋଇଛନ୍ତି ପିଆ ଦାଣ୍ଡିୟା।

ସେ ମେରାଇନ୍ ଭେଟେରାନ୍ କେସି ଆସ୍କରଙ୍କୁ ପରାସ୍ତ କରିଛନ୍ତି।

ନିର୍ବାଚନ ଫଳାଫଳ ଅନୁସାରେ ପିଆଙ୍କୁ ୫୧.୯ ପ୍ରତିଶତ ଭୋଟ୍ ମିଳିଛି।

ପୂର୍ବରୁ ହାଇସ୍କୁଲ ପ୍ରିନ୍ସିପାଲ୍ ଭାବେ କାର୍ଯ୍ୟ କରିଥିବା ପିଆ ଏବେ ଆମେରିକାର ନୂଆ ଭାରତୀୟ-ଆମେରିକୀୟ ମହିଳା କଂଗ୍ରେସ ସଦସ୍ୟା ହୋଇଛନ୍ତି।

Advertisment ସୁହାସଙ୍କ ଉପରେ ପୁଣି ଭରସା ଭାରତୀୟ ବଂଶୋଦ୍ଭବ ସୁହାସ ସୁବ୍ରମଣ୍ୟମ ମଧ୍ୟ ପୁଣିଥରେ ଆମେରିକା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସକୁ ନିର୍ବାଚିତ ହୋଇଛନ୍ତି।

ସେ ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ କାର୍ଯ୍ୟକାଳରେ ପରାମର୍ଶଦାତା ଭାବେ କାମ କରିଥିଲେ।

ଏହାସହ ରୋ ଖାନ୍ନା, ଅମି ବେରା ଏବଂ ପ୍ରମିଳା ଜୟପାଲ ମଧ୍ୟ ପୁଣିଥରେ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସକୁ ଯିବା ପାଇଁ ନିର୍ବାଚନ ଲଢ଼ୁଛନ୍ତି।

ବିବେକ ରାମସ୍ୱାମୀଙ୍କ ଉପରେ ସମସ୍ତଙ୍କ ନଜର ଏହି ନିର୍ବାଚନରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଓହାୟୋର ଗଭର୍ଣ୍ଣର ନିର୍ବାଚନ।

ଏଠାରେ ରିପବ୍ଲିକାନ୍ ପ୍ରାର୍ଥୀ ବିବେକ ରାମସ୍ୱାମୀଙ୍କ ସହ ଡେମୋକ୍ରାଟିକ୍ ପ୍ରାର୍ଥୀ ଏମି ଆକ୍ଟନ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଛି।

ଏହି ଲଢ଼େଇର ଫଳାଫଳ ଉପରେ ରହିଛି ରାଜନୈତିକ ମହଲର ନଜର।

ଆମେରିକାର ରାଜନୀତିରେ ଭାରତୀୟ ବଂଶୋଦ୍ଭବଙ୍କ ବଢ଼ୁଥିବା ଉପସ୍ଥିତି ଏହି ନିର୍ବାଚନରେ ପୁଣି ସ୍ପଷ୍ଟ ହୋଇଛି।

କିଏ ବିଜୟୀ ହେଲେ, କିଏ ପଛରେ ରହିଲେ ଏବଂ କାହା ଉପରେ ରହିଛି ଆଗାମୀ ରାଜନୈତିକ ଦୌଡ଼ର ନଜର ।

ଏସବୁ ଭିତରେ ଭାରତୀୟ-ଆମେରିକୀୟ ନେତାଙ୍କ ପ୍ରଦର୍ଶନ ଏଥର ଚର୍ଚ୍ଚା ସାଉଁଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।