ରାଜନୀତିରେ ହଲଚଲ: ମମତା ବାନାର୍ଜୀଙ୍କୁ ଖୋଲା ଅଫର ଦେଲା କଂଗ୍ରେସ, କହିଲା-ବାକି ଥିବା ବିଧାୟକ, ସାଂସଦଙ୍କୁ…

Oct 02, 2026 - 16:31
ରାଜନୀତିରେ ହଲଚଲ: ମମତା ବାନାର୍ଜୀଙ୍କୁ ଖୋଲା ଅଫର ଦେଲା କଂଗ୍ରେସ, କହିଲା-ବାକି ଥିବା ବିଧାୟକ, ସାଂସଦଙ୍କୁ…

ନୂଆଦିଲ୍ଲୀ, ୨।୧୦: ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା। ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ କଂଗ୍ରେସକୁ ଫେରିବାକୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ। ସେ ମମତାଙ୍କୁ ତାଙ୍କ ସହ ବାକି ଥିବା ବିଧାୟକ ଓ ସାଂସଦମାନଙ୍କୁ ନେଇ କଂଗ୍ରେସରେ ସାମିଲ ହେବାକୁ ଆହୱାନ କରିଛନ୍ତି।

ଅଧୀର ଚୌଧୁରୀ କହିଛନ୍ତି ଯେ, ମମତା କଂଗ୍ରେସକୁ ଫେରିଲେ ପଶ୍ଚିମବଙ୍ଗରେ ଦଳ ତାଙ୍କ ନେତୃତ୍ୱକୁ ଗ୍ରହଣ କରିବ ଏବଂ ତାଙ୍କ ସହ କାମ କରିବ। ଏଥିପାଇଁ କଂଗ୍ରେସ ହାଇକମାଣ୍ଡଙ୍କୁ ମଧ୍ୟ ସେ ଅନୁରୋଧ କରିବେ ବୋଲି କହିଛନ୍ତି।

ଅଧୀରଙ୍କ ଏହି ବୟାନ ଏପରି ସମୟରେ ଆସିଛି, ଯେତେବେଳେ ପଶ୍ଚିମବଙ୍ଗରେ କଂଗ୍ରେସ ଓ ତୃଣମୂଳ କଂଗ୍ରେସର ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ୨୦୨୬ ବିଧାନସଭା ନିର୍ବାଚନ ପରେ TMC ଭିତରେ ସାଂଗଠନିକ ଓ ବିଧାନସଭା-ସାଂସଦୀୟ ଶିବିରକୁ ନେଇ ମତଭେଦର ଖବର ମଧ୍ୟ ସାମ୍ନାକୁ ଆସିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।