ରାଜ୍ୟ ସଭାର ସବୁଠୁ ଧନୀ ସାଂସଦଙ୍କ ତାଲିକା ଜାରି: ପ୍ରଥମ ତାଲିକାରେ ଏହି ନେତା, ଓଡ଼ିଶାର…
ନୂଆଦିଲ୍ଲୀ, ୨।୧୧: ରାଜ୍ୟ ସଭାର ସବୁଠୁ ଧନୀ ସାଂସଦଙ୍କ ସମ୍ପତ୍ତି ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଛି। ADRର ରିପୋର୍ଟରେ ଏହି ଖୁଲାସା ହୋଇଛି। ରିପୋର୍ଟ ଅନୁଯାୟୀ, ୧୦୪ ଜଣ ସାଂସଦଙ୍କ ସମ୍ପତ୍ତି ୧୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ରହିଛି। ଏହା ମୋଟ ସାଂସଦଙ୍କ ମଧ୍ୟରେ ଏକ ବଡ଼ ଅଂଶ।
ଏହି ତାଲିକାରେ ସବୁଠୁ ଅଧିକ ସମ୍ପତ୍ତି ତେଲଙ୍ଗାନାର BRS ସାଂସଦ ଡକ୍ଟର ବନ୍ଦୀ ପାର୍ଥ ସାରଧୀ ରେଡ୍ଡୀଙ୍କ ପାଖରେ ରହିଛି। ତାଙ୍କର ମୋଟ ସମ୍ପତ୍ତି ୫,୩୦୦ କୋଟି ଟଙ୍କାରୁ ଅଧିକ। ଏଥିରେ ତାଙ୍କର ଚଳନ୍ତି ସମ୍ପତ୍ତି ୫,୨୧୫ କୋଟି ଟଙ୍କାରୁ ଅଧିକ ଥିବାବେଳେ ଅଚଳ ସମ୍ପତ୍ତିର ମୂଲ୍ୟ ୮୪.୯୫ କୋଟି ଟଙ୍କା ରହିଛି।
ଦ୍ୱିତୀୟ ସ୍ଥାନରେ ଅଛନ୍ତି ପଞ୍ଜାବର ଭାଜପା ସାଂସଦ ରାଜିନ୍ଦର ଗୁପ୍ତା। ତାଙ୍କର ମୋଟ ସମ୍ପତ୍ତି ୫,୦୫୩ କୋଟି ଟଙ୍କା। ତାଙ୍କ ପାଖରେ ୪,୪୩୭ କୋଟି ଟଙ୍କାର ଚଳନ୍ତି ସମ୍ପତ୍ତି ଥିବାବେଳେ ଅଚଳ ସମ୍ପତ୍ତିର ମୂଲ୍ୟ ୬୧୫ କୋଟି ଟଙ୍କାରୁ ଅଧିକ।
ସେହିପରି ତୃତୀୟ ସ୍ଥାନରେ ଅଛନ୍ତି ତେଲଙ୍ଗାନାର କଂଗ୍ରେସ ରାଜ୍ୟ ସଭା ସାଂସଦ ଡକ୍ଟର ଅଭିଷେକ ମନୁ ସିଂଘଭୀ। ତାଙ୍କର ମୋଟ ସମ୍ପତ୍ତି ୨,୫୫୮ କୋଟି ଟଙ୍କା। ଏଥିରେ ୨,୧୦୪ କୋଟି ଟଙ୍କାର ଚଳନ୍ତି ସମ୍ପତ୍ତି ଏବଂ ୪୫୩.୫ କୋଟି ଟଙ୍କାର ଅଚଳ ସମ୍ପତ୍ତି ରହିଛି।
ସବୁଠୁ ଅଧିକ ସମ୍ପତ୍ତି ଥିବା ସାଂସଦଙ୍କ ରାଜ୍ୟ ଭିତ୍ତିକ ତାଲିକାରେ ତେଲଙ୍ଗାନା ପ୍ରଥମ ସ୍ଥାନରେ ରହିଛି। ଏଠାକାର ସାଂସଦଙ୍କ ମୋଟ ସମ୍ପତ୍ତି ୮,୩୧୦ କୋଟି ଟଙ୍କା।
ବିଭିନ୍ନ ରାଜ୍ୟର ସାଂସଦଙ୍କ ସମ୍ପତ୍ତିର ବିବରଣୀ:
ତେଲଙ୍ଗାନା ୮,୩୧୦ କୋଟି ଟଙ୍କା
ପଞ୍ଜାବ ୫,୭୨୯ କୋଟି ଟଙ୍କା
ଉତ୍ତରପ୍ରଦେଶ ୩,୪୭୧ କୋଟି ଟଙ୍କା
ଆନ୍ଧ୍ରପ୍ରଦେଶ ୧,୯୪୯ କୋଟି ଟଙ୍କା
ଓଡ଼ିଶା ୧,୨୪୨ କୋଟି ଟଙ୍କା
ମହାରାଷ୍ଟ୍ର ୧,୦୬୩ କୋଟି ଟଙ୍କା
ତାମିଲନାଡୁ ୮୮୬ କୋଟି ଟଙ୍କା
ଗୁଜରାଟ ୮୧୫ କୋଟି ଟଙ୍କା
ଝାଡ଼ଖଣ୍ଡ ୭୭୯ କୋଟି ଟଙ୍କା
ହରିୟାଣା ୪୦୪ କୋଟି ଟଙ୍କା
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।