ରାଶିଫଳ: ଗୁରୁବାର, ନଭେମ୍ବର ୫ ତାରିଖ – Daily Horoscope

Nov 04, 2026 - 16:43
ରାଶିଫଳ: ଗୁରୁବାର, ନଭେମ୍ବର ୫ ତାରିଖ – Daily Horoscope
ମେଷ
ଆଜି ପ୍ରତ୍ୟେକ କାମ ବିଳମ୍ବରେ ସମ୍ପନ୍ନ ହେବ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ। ଆପଣଙ୍କ ଦକ୍ଷତା ଏବଂ ସମୟାନୁବର୍ତ୍ତିତା ଯୋଗୁ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ କୃପାଦୃଷ୍ଟିରୁ ଉପକୃତ ହେବେ। ସାମାଜିକ ସ୍ତରରେ ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।
ବୃଷ
ବୃଷ
ସକାଳୁ ସକାଳୁ ବିଭିନ୍ନ ପ୍ରକାରର ଘରୋଇ ଝମେଲା କାରଣରୁ ମନଟା ଭଲ ରହିବ ନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ଲେଖାପଢ଼ା, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ, ନତୁବା ହଜିଯିବାର ସମ୍ଭାବନା ରହିଛି। ପାରିବାରିକ କ୍ଷେତ୍ରରେ ସନ୍ତାନଙ୍କ ବିଶୃଙ୍ଖଳିତ କାର୍ଯ୍ୟରୁ ମନସ୍ତାପ କରିପାରନ୍ତି।
ମିଥୁନ
ମିଥୁନ
ବାରମ୍ବାର ଶାରୀରିକ ଅସୁସ୍ଥତାଜନିତ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଦ୍ୱନ୍ଦ୍ୱରେ ପଡି ବନ୍ଧୁମାନଙ୍କର କଥାକୁ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି । ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କିମ୍ବା କିଛି କରିବା ସକାଶେ ମନବଳାଇ କର୍ମମୁଖର ହେବେ। ସାହିତ୍ୟ, କ୍ରୀଡ଼ା, ବାଣିଜ୍ୟ ବ୍ୟବସାୟରେ ଉନ୍ନତି କରିବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି କିଛି ହେବନି। ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା ଅଭାବରୁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ଅର୍ଥାଭାବ କାରଣରୁ କାର୍ଯ୍ୟ ସ୍ଥଗିତ ରହିବାଜନିତ ମନସ୍ତାପ କରିପାରନ୍ତି।
ସି˚ହ
ସି˚ହ
ଆଜି ପ୍ରତ୍ୟେକ ପ୍ରକାରର ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ଆପଣଙ୍କ ମନ ଖୁସି ରହିବ। କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ କହି ସହକର୍ମୀଙ୍କ ଚକ୍ଷୁଶୂଳ ହୋଇପାରନ୍ତି। ମାଲିମକଦ୍ଦମା, ରଚନାତ୍ମକ କାର୍ଯ୍ୟ, ଯାତ୍ରା, ଗବେଷଣାରେ ଲାଭବାନ ହେବେ। ବହୁ ବିଳମ୍ବରେ ହାତକୁ ନେଇଥିବା କାର୍ଯ୍ୟ ସମ୍ପନ୍ନ କରିବେ।
କନ୍ୟା
ଯାତ୍ରା କାଳରେ ଖଳଲୋକଙ୍କ କଥାରେ ପଡି ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଅବହେଳା ଯୋଗୁ କୌଣସି କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବେ। ମାଲିମକଦ୍ଦମା, ତର୍କ ବିତର୍କ, ସଭା ସମିତି, ସଂଗଠନ, ନିର୍ମାଣ ଓ ପରିବହନ, କ୍ଷେତ୍ରରୁ ଶୁଭଫଳ ପାଇବେ। କଚେରି ମାମଲାରେ ବିଜୟପ୍ରାପ୍ତି ଯୋଗ ରହିଛି।
ତୁଳା
ତୁଳା
ବିରକ୍ତି ପ୍ରକାଶ କରିବା କାରଣରୁ କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ପାଇବେ ନାହିଁ। ଆତ୍ମୀୟମାନଙ୍କ ସହାୟତାରେ ସାମାଜିକ ଓ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ। ଶିଳ୍ପ, ବାଣିଜ୍ୟ, ରାଜନୀତି, କଳା, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ ପ୍ରଶଂସିତ ହେବେ। ଧାତୁ ଅଳଙ୍କାରାଦି କ୍ରୟ କରିବାର ଯୋଗ ରହିଛି।
ବିଛା
ବିଛା
ପ୍ରତିବନ୍ଧକ ଦୂରେଇଯିବା ସହ ଦୀର୍ଘ ଦିନର ଅଭିଳାଷ ପୂରଣ ହେବାରୁ ମନ ପ୍ରଫୁଲ୍ଲ ରହିବ। କିନ୍ତୁ ଅନୁରାଧାର ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। ଯାତ୍ରା ସମୟରେ ଦ୍ରବ୍ୟ ନଷ୍ଟ ହେବା କାରଣରୁ ଅନ୍ୟ ଉପରେ ରାଗିପାରନ୍ତି। ସାହିତ୍ୟ, ପ୍ରକାଶନ, ସାମ୍ବାଦିକତା, ରାଜନୀତି କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
ଧନୁ
ଧନୁ
କର୍ମକ୍ଷେତ୍ରରେ କାର୍ଯ୍ୟଦକ୍ଷତା କାରଣରୁ ଉପରିସ୍ଥଙ୍କ ପ୍ରିୟଭାଜନ ହୋଇପାରନ୍ତି। ବନ୍ଧୁଙ୍କୁ ପ୍ରିୟ କଥା କହି ପାରିବାରିକ ସ୍ତରର ସମସ୍ୟାକୁ ସୁଧାରି ନେବେ। ଆଜି ଦିନଟିରେ ଯାନବାହନ ଚାଳନା ସମୟରେ ସତର୍କତା ରକ୍ଷା କରିବା ଭଲ ହେବ। ଶିଳ୍ପ, ବାଣିଜ୍ୟ,ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ଖୁସି ଅନୁଭବ କରିବେ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ ନ କଲେ କଳହର ସମ୍ମୁଖୀନ ହେବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଓ ଅଭିଳଷିତ ଜିନିଷ ପାଇ ଖୁସି ହେବେ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ପଡ଼ୋଶୀ କ୍ରୋଧ କରିପାରନ୍ତି। ପ୍ରକାଶନ, ରପ୍ତାନି କାରବାର ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ଯେଉଁ ଜିନିଷଟି ନ ପାଇ ବ୍ୟସ୍ତ ହେଉଥିଲେ ଆଜି ବନ୍ଧୁଙ୍କ ମାଧ୍ୟମରେ ତାହା ପାଇଯିବେ। ଜମିଜମା କିଣାବିକା କ୍ଷେତ୍ରରେ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହେବ। ପରୋକ୍ଷ ଶତ୍ରୁତା ଲାଗି ରହିଥିବାରୁ ଭାବି ଚିନ୍ତି କାମ କରିବା ଭଲ ହେବ। ଆଜିର ଯାତ୍ରା ଅବଶ୍ୟ ସଫଳ ହେବା ସାଙ୍ଗକୁ ଆଶା ପୂରଣ ହେବାର ସୂଚନା ରହିଛି।
ମୀନମୀନ
ଆଜି ବନ୍ଧୁଙ୍କ ସହାୟତାରେ ଅର୍ଥ ଓ ସମ୍ମାନ ପାଇବାରେ ଅସୁବିଧା ହେବନାହିଁ। ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବେ। ଏହା ସାଙ୍ଗକୁ ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧିହେତୁ ମନରେ ସରସତା ରହିବ ନାହିଁ। ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର, ନିର୍ମାଣ, ପରିବହନ, ସଭାସମିତି କ୍ଷେତ୍ରରେ ସଫଳତା ହାସଲ କରିବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।