ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

Oct 09, 2026 - 17:12
ରାଶିଫଳ: ଶନିବାର, ଅକ୍ଟୋବର ୧୦  ତାରିଖ – Daily Horoscope
ମେଷ
ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ ନାହିଁ। ସପ୍ତମସ୍ଥ ଗ୍ରହ ଏକାଧିକ ଗ୍ରହଙ୍କ ସମାବେଶ ହେତୁ ବିବାଦରେ ପଶିବା ଠିକ୍‍ ହେବନାହିଁ। ସ୍ଥାନ ପରିବର୍ତ୍ତନର ଆଭାସ ପାଇପାରନ୍ତି।
ବୃଷ
ବୃଷ
ବକ୍ରୀ ଶୁକ୍ର ପାପଗ୍ରହ ରାହୁଙ୍କ ନକ୍ଷତ୍ରରେ ରହି ହସଖୁସିରୁ ଦୂରେଇ ରଖିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ନ ଚଳିଲେ କଳହ ଲାଗିପାରେ। ଶିଳ୍ପ,ବାଣିଜ୍ୟ,ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ମନର ବଳ ଖୁବ୍‍ ଟାଣ ରହିବ ଓ ଅଟକି ରହିଥିବା କାମକୁ ଶେଷ କରିପାରିବେ।
ମିଥୁନ
ମିଥୁନ
ବୁଧ ଷଷ୍ଠାଧିପତିଙ୍କ ନକ୍ଷତ୍ରସ୍ଥ ହେତୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମ ସଫଳତାର ସହ ସମ୍ପନ୍ନ କରିବାରେ ଅସୁବିଧା ରହିବନାହିଁ। ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ କୈଫିୟତ୍‍ ଦେବାକୁ ପଡ଼ିପାରେ। ବ୍ୟବସାୟରେ ସମସ୍ୟା ବଡ଼ ଆକାର ଧାରଣକରିବାର ସମ୍ଭାବନା ରହିଛି।
କର୍କଟ
କର୍କଟ
ଏକାଧିକ ଗ୍ରହ କର୍ମକ୍ଷେତ୍ରକୁ ଅବଲୋକନ କରି ବିଭିନ୍ନ କାର୍ଯ୍ୟବ୍ୟସ୍ତତା ସୃଷ୍ଟି କରିପାରନ୍ତି। କିନ୍ତୁ ଆପଣଙ୍କ ଯୁକ୍ତିଯୁକ୍ତ ଚିନ୍ତାଶୀଳ ବିଚାରଧାରା ପ୍ରଭାବରୁ ସମସ୍ୟା ସମାଧାନ କରିପାରିବେ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଅଶ୍ଳେଷା ନକ୍ଷତ୍ର ଭୁଲ୍‍ ବୁଝାମଣାରୁ ପାରିବାରିକ କଳହ ଲାଗିପାରେ।
ସି˚ହ
ସି˚ହ
ରବି ବ୍ୟୟାଧିପ ଚନ୍ଦ୍ରଙ୍କ ନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍‍ ନ ହେଲେ ଅନୁତାପ କରିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ରହିଥିବା ବ୍ୟତିକ୍ରମ ବିଷୟ ଚିନ୍ତାକରି ବିଚଳିତ ହେବେ। ଅଧିକାଂଶ ସମୟରେ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି। ଅବଶ୍ୟ ଉତ୍ତରାଫାଲ୍‍ଗୁନୀ ନକ୍ଷତ୍ର ପାଇଁ ବିଶେଷ କିଛି ଅସୁବିଧା ହେବ ନାହିଁ।
କନ୍ୟା
ଆଜିର ଗ୍ରହସ୍ଥିତି ପ୍ରଭାବରେ କୈାଣସି ସମସ୍ୟା ଆପଣଙ୍କୁ ବିଚଳିତ କରି ପାରିବ ନାହିଁ। ସତ୍‍ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ବନ୍ଧୁ ମାନଙ୍କ ସହ ଆଲୋଚନା କରିବାର ସୁଯୋଗ ଲାଭକରି ଆଜିର ସନ୍ଧ୍ୟା ସମୟଟି ପ୍ରାୟତଃ ଭଲ ରହିବ।
ତୁଳା
ତୁଳା
ରାଶିରେ ଚନ୍ଦ୍ର ସମେତ ଚାରୋଟିଗ୍ରହ ଏକାଧିକ କର୍ମରେ ନିଯୁକ୍ତ କରାଇପାରେ। ମାତ୍ର ବିଭିନ୍ନ ଚିନ୍ତାରେ ମନ ବିକ୍ଷିପ୍ତ ରହିବ ଅବଶ୍ୟ କୌଣସି କ୍ଷତି ହେବନାହିଁ। ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯତ୍ନ କଲେ ଚେଷ୍ଟା କଦାପି ବିଫଳ ହେବନି। ଶିଳ୍ପ,ବାଣିଜ୍ୟ ଓ ପରିବହନରେ ସଫଳତା ମିଳିବ।
ବିଛା
ବିଛା
ଦ୍ୱାଦଶସ୍ଥ ଚତୁଃଗ୍ରହ ଦୂରଯାତ୍ରା, ପରୋକ୍ଷ ଶତ୍ରୁତା, ଶଯ୍ୟାଶାୟୀ ସ୍ଥିତି କିମ୍ବା ରାଜଦଣ୍ଡ ଜନିତ ଧନହାନିର ସୂଚନା ପ୍ରଦାନ କରେ। ମଙ୍ଗଳ ଉଚ୍ଚସ୍ଥ ହେତୁ ଆକସ୍ମିକ ସମସ୍ୟା କିଛିକ୍ଷଣ ପରେ ଦୂରେଇଯିବ। କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇ ପାରନ୍ତି। ସାମ୍ବାଦିକତା, ରାଜନୀତି , ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜିବେ।
ଧନୁ
ଧନୁ
ଶିକ୍ଷା, ସନ୍ତାନ ଓ ମନ୍ତ୍ରଣା ସ୍ଥାନକୁ ଏକାଧିକଗ୍ରହଙ୍କ ଦୃଷ୍ଟି ଏହି ସମସ୍ତ ବିଷୟ ସକାଶେ ଅନୁକୂଳ ସ୍ଥିତି ସୃଷ୍ଟି କରିବେ। ମୁହଁରେ କଠୋରତା ପ୍ରକାଶ ପାଇଲେ ମଧ୍ୟ ଆନ୍ତରିକ ସହାନୁଭୂତି ପ୍ରିୟଜନଙ୍କ ଉପକାରରେ ଆସିବ। ମୂଳା ନକ୍ଷତ୍ରର ମାନସିକ ସ୍ତରରେ ଅନ୍ୟମନସ୍କତା ଓ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ।
ମକର
ମକର
ଚନ୍ଦ୍ରଙ୍କ ସହିତ କର୍ମଭାବସ୍ଥ ଗ୍ରହମାନଙ୍କ ସୁପ୍ରଭାବରେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ ଏବଂ ଆପଣଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ। କଥା ଦେଇଥିବା ବନ୍ଧୁ ଠିକ୍‍ ସମୟରେ ନ ଫେରିବା କାରଣରୁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାର ସୂଚନା ରହିଛି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ସମ୍ପର୍କୀୟଙ୍କ ସହଯୋଗରେ ଆତ୍ମୀୟତାର ସହ କାମ କରି ପ୍ରଶଂସିତ ହେବେ। କୌଣସି ଅଜଣା ବନ୍ଧୁଙ୍କ ସାହାଯ୍ୟରୁ ଫେରନ୍ତା ବାଟରେ ହଠାତ୍‍ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ପାଖ ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପରିବାର ଓ ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‍ ରହିବ।
ମୀନମୀନ
କର୍ମକ୍ଷେତ୍ର ଅଥବା ପ୍ରଶାସନିକ ସ୍ତରରେ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ। ଭୁଲ୍‍ ବୁଝାମଣାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ନିକଟରୁ ଅନାଦର ପାଇପାରନ୍ତି। ସମସ୍ୟା ସମାଧାନ ସହ ରୋଜଗାର ପ୍ରତି ଧ୍ୟାନ ଦେବେ। ଦୋକାନ, ନିର୍ମାଣ, ଯାତ୍ରା, ବିବାଦ, ସଭାସମିତି ପ୍ରଭୃତିରୁ ଆଶ୍ୱସ୍ତି ଲାଭ କରିବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।